Latest Odisha News

BREAKING NEWS

ମାର୍ଚ୍ଚ ୧ରେ ‘କଟକ ଦହିବରା ଆଳୁଦମ ଦିବସ’;ବାଲିଯାତ୍ରା ତଳ ପଡିଆରେ ଉତ୍ସବର ଆୟୋଜନ

କଟକ: ଦହିବରା କେବଳ ଏକ ଖାଦ୍ୟ ନୁହେଁ, ଏହା କଟକିଆଙ୍କର ଆବେଗ ଓ ସାଂସ୍କୃତିକ ପରିଚୟର ଅଂଶ। ଏହି ଲୋକପ୍ରିୟ ଓ ପାରମ୍ପରିକ ଖାଦ୍ୟକୁ ନେଇ ସହରର ଭାବନାକୁ ଆହୁରି ଗାଢ଼ କରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧ ତାରିଖରେ ‘କଟକ ଦହିବରା ଆଳୁଦମ ଦିବସ’ ପାଳନ କରାଯିବ।

ଏହି ବିଶେଷ ଅବସରରେ ବାଲିଯାତ୍ରା ତଳ ପଡିଆ ସ୍ଥିତ କଟକ ଇନ୍ କଟକ ପରିସରରେ ଏକ ଉତ୍ସବର ଆୟୋଜନ କରାଯାଇଛି। ଏଠାରେ କଟକର ପ୍ରସିଦ୍ଧ ଦହିବରା ବ୍ୟବସାୟୀମାନେ ଅଂଶଗ୍ରହଣ କରି ବିଭିନ୍ନ ଷ୍ଟଲ, ସାଇକେଲ ଓ ଅନ୍ୟାନ୍ୟ ସାଧନରେ ସ୍ଵତନ୍ତ୍ର ସ୍ୱାଦର ପରିଚୟ ଦେବେ। ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ଦହିବରା ଆଳୁଦମ ଦିବସରେ ଖାଦ୍ୟପ୍ରେମୀଙ୍କର ଭିଡ଼ ଦେଖିବାକୁ ମିଳିବ।

କଟକର ଲୋକପ୍ରିୟତା ପାଇ ଆସିଥିବା ପରମ୍ପରାଗତ ଏହି ଖାଦ୍ୟ ସଂସ୍କୃତିକୁ ରାଜ୍ୟ ଓ ଜାତୀୟ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦହିବରା ଆଳୁଦମ ଦିବସ ପାଳନ କରାଯାଉଛି । ଏହାଦ୍ବାରା ସହରର ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି। ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ସେଲ୍ଫି ଜୋନ୍ ବ୍ୟବସ୍ଥା କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସକାଳ ୯ ଘଟିକାଠାରୁ ଏହି ଉତ୍ସବ ଆରମ୍ଭ ହେବ ।

Leave A Reply

Your email address will not be published.