Latest Odisha News

ଏଯାଏଁ ମିଳୁନି ମହାନଦୀକୁ ଡେଇଁଥିବା ଯୁବକଙ୍କ ପତ୍ତା

କଟକ: ଗତକାଲି ରାତିରେ ଯୋବ୍ରା ନିକଟ ମହାନଦୀକୁ ଡେଇଁ ପଡିଥିବା ଯୁବକଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

ନିଖୋଜ ଯୁବକ ଜଣକ ହେଉଛନ୍ତି କଟକ ସ୍ଥିତ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ।

ସୂଚନା ଅନୁଯାୟୀ, ଆଜି ସକାଳୁ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି। ବ୍ରିଜ ଉପରେ ଯୁବକଙ୍କ ଟୋପି ଓ ଚପଲ ପଡ଼ିଥିବା ବେଳେ ଏଯାବତ୍ ମୋବାଇଲ ଫୋନ୍ ମିଳିପାରିନାହିଁ।

ତେବେ ଯୁବକ ଜଣଙ୍କ କାହିଁକି ମହାନଦୀକୁ ଡେଇଁଲେ, ସେନେଇ କିଛି କାରଣ ଜଣାପଡ଼ିନାହିଁ।

Comments are closed.