କଟକ: କରୋନା କଟକ ଜିଲ୍ଲାରେ କାୟା ବିସ୍ତାର କରୁଛି । ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷ କରି ମହାନଗର ନିଗମ ଅଞ୍ଚଳରୁ ଅଧିକ ସଂକ୍ରମିତ ବାହାରୁଛନ୍ତି । ଗୋଷ୍ଠୀ ସଂକ୍ରମଣ ହୋଇଥାଇ ପାରେ । ଏଭଳି ଆଶଙ୍କା କରିଛନ୍ତି କଟକର ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ । ତେବେ ଗୋଷ୍ଠୀ ସଂକ୍ରମଣ ହୋଇଚି କି ନାହିଁ ଓଉଗଜ ବୈଜ୍ଞାନିକମାନେ ସ୍ଥିର କରିବେ ।
ମାସେ ହେବ କଟକରେ ଦୈନିକ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଆଜି ହଜାରେ ପାର କରିଛି । କଟକକୁ ବାହାରୁ ଅଧିକ ଲୋକ ଆସିଥିବାରୁ ସଂକ୍ରମଣ ବଢୁଛି । ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ ହଜାର ୩୭୮ । ଏଥିରୁ କଟକ ସହରରେ ସଂକ୍ରମିତଙ୍କ ସଂଖ୍ୟା (ମେ’ ୭ ତାରିଖ ସୁଦ୍ଧା) କେବଳ ୨୨ହଜାର ୯୯୨ । ସେହିପରି କଟକ ଜିଲ୍ଲାରେ ବର୍ତ୍ତମାନ ୭ହଜାର ୧୮୬ଟି ଆକ୍ଟିଭ୍ କେସ୍ ରହିଛି । ଏଥିରୁ କଟକ ସହରରେ ୩ହଜାର ୬୮୫ଟି କରୋନା ସକ୍ରିୟ ମାମଲା ରହିଛି । ଅର୍ଥାତ ଜିଲ୍ଲାର ସକ୍ରିୟ ମାମଲାର ଅଧାରୁ ଅଧିକ କେବଳ ସିଏମସି ଅଞ୍ଚଳରୁ ଅଛନ୍ତି ।
#COVID19 update in Cuttack city (CMC area)
593 new COVID19 +ve cases have been reported today in #Cuttack city.
Another 146 recoveries are reported recently! KUDOS to all doctors & healthcare staff. pic.twitter.com/9oLQI6rndy
— CMC,Cuttack (@CMCCuttack) May 7, 2021
କରୋନା ମୁକାବିଲା ପାଇଁ ଡୋର୍ ଟୁ ଡୋର୍ ସର୍ଭେଲାନ୍ସ ଚାଲିଛି । ଲୋକଙ୍କର ଥର୍ମାଲ୍ ସ୍କ୍ରିନିଂ ଓ ଅକ୍ସିଜେନ୍ ସ୍ତର ମାପୁଛନ୍ତି ସ୍ୱାସ୍ଥ୍ୟ ବିଭାଗ ଓ ସିଏମସି କର୍ମଚାରୀ । ବହୁ ପଦକ୍ଷେପ ହାତକୁ ନେଇଛି ପ୍ରଶାସନ । ତଥାପି ଦୈନିକ ସଂକ୍ରମଣରେ ବ୍ରେକ ଲାଗି ପାରୁନି ।
Comments are closed.