Latest Odisha News

କଟକ ରାଉସାପାଟଣା ୨୭ ନମ୍ବର ଓ୍ୱାର୍ଡ କଣ୍ଟେନମେଣ୍ଟ ଜୋନ୍

କଟକ: ମହାନଗର ନିଗମର ରାଉସାପାଟଣା ୨୭ ନମ୍ବର ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । କଟକଣା ଲଗାଇଛି ପ୍ରଶସାନ । ସ୍ଥାନୀୟ ଅଞ୍ଚଳରୁ ୫ କରୋନା ସଂକ୍ରମିତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ କର୍ତ୍ତୃପକ୍ଷ ।

କରୋନା ସଂକ୍ରମଣକୁ ରୋକିବା ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି । କଣ୍ଟେନମେଣ୍ଟ ଜୋନ ଘୋଷଣା ସହ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଯାଆସ ଉପରେ ଲାଗିଛି କଟକଣା । ଲୋକଙ୍କୁ ଘରେ ରହିବାକ ପାଇଁ ପରାମର୍ଶ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ ସିଏମସି ପକ୍ଷରୁ ଲୋକଙ୍କୁ ଯୋଗାଇ ଦିଆଯିବ ଅତ୍ୟାବଶ୍ୟକ ସାମଗ୍ରୀ ।

Leave A Reply

Your email address will not be published.