Latest Odisha News

BREAKING NEWS

କଟକରେ ଡବଲ ମର୍ଡର; ବାପା ଓ ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ

କଟକ: କଟକରେ ଡବଲ ମର୍ଡର। ଟଙ୍କା ପାଇଁ ବାପା ଓ ମାଆଙ୍କୁ ହତ୍ୟା କଲା ନୃଶଂସ ପୁଅ। ଘର ଭିତରେ ଛୁରୀରେ ଉଭୟଙ୍କ ତଣ୍ଟିକାଟି ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି।

ଶୁକ୍ରବାର ଦିନ କଟକର ଦରଘା ବଜାର ଥାନା ଅନ୍ତର୍ଗତ ପୁରୁଣା ଜେଲ କଲୋନିର ଏକ ଘର ଭିତରେ ନିଜ ବାପା ଏବଂ ମାଆଙ୍କୁ ଛୁରି ଭୁସି ହତ୍ୟା କରିବା ଘଟଣାରେ ଟ୍ୱିନ୍ ସିଟି କମିଶନରେଟ୍ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ମୃତକ ଜଣକ ଚୌଦ୍ୱାର ଜେଲର କର୍ମଚାରୀ ଦୀପକ କୁମାର ଦାସ ଏବଂ ତାଙ୍କ ପତ୍ନୀ ରୀତା ରାଣୀ ଦାସ ବୋଲି ଜଣାପଡ଼ିଛି। ଉଭୟଙ୍କ ଶରୀରରେ ଛୁରିରେ ଅନେକ କ୍ଷତ ହୋଇଥିଲା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ଘଟଣାରେ ଦରଘା ବଜାର ଥାନା ଅଧିକାରୀମାନେ ଦମ୍ପତିଙ୍କ ପୁଅକୁ ଅଟକ ରଖି ପଚରାଉଚରା କରିଥିଲେ। ପରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

ଦମ୍ପତିଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା। ତେବେ ପୋଲିସ ଘଟଣାରେ ମାମଲା ରୁଜୁ କରି ଛାନଭିନ୍ନ ଚଳାଇଛି। ଅପରପକ୍ଷ ରେ ହତ୍ୟାକାଣ୍ଡ ପଛରେ ଟଙ୍କା ନେଣଦେଣ ଥିବା ସନ୍ଦେହ କରାଯାଉଛି।

 

Comments are closed.