ଭୁବନେଶ୍ବର: ଟାଙ୍ଗୀ ଠାରେ ୧୭୪ନଂ କପିଳାସ ରୋଡ ରେଳ ଓଭରବ୍ରିଜ୍ ନିର୍ମାଣ ସ୍ଥଳ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା।
ଗତ ୨୦୧୦ ମସିହାରୁ ନିରନ୍ତର ଉଦ୍ୟମ ଯୋଗୁ କଟକ ଜିଲ୍ଲାର ଟାଙ୍ଗୀ ଠାରେ କପିଳାସ ରୋଡ ରେଳ ଫାଟକରେ ଏକ ରେଳ ଓଭରବ୍ରିଜ ବନାହେଉଛି। ତେବେ ଏହି ପ୍ରସ୍ତାବକୁ ଇଷ୍ଟକୋଷ୍ଟ ରେଳବାଇ ବୋର୍ଡ ଅନୁମୋଦନ କରିସାରିଥିବା ବେଳେ ଉଭୟ ରାଜ୍ୟ ସରକାର ଓ ରେଳ ବିଭାଗଙ୍କ ବ୍ୟୟ ଅଟକଳରେ ଏହି ରେଳ ଓଭରବ୍ରିଜ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶିଘ୍ର ଆରମ୍ଭ ହୋଇଥିଲା।
ଏହି ପ୍ରକଳ୍ପ ଅଗ୍ରଗତି ପାଇଁ ବୈଜୟନ୍ତ ବିଭିନ୍ନ ସମୟରେ ରେଳମନ୍ତ୍ରୀଙ୍କୁ ଭେଟି ପ୍ରକଳ୍ପର ଅଗ୍ରଗତି ପାଇଁ ଦାବି ଜଣାଇଥିଲେ। ଫଳରେ ୨୦୧୦ ମସିହା ଠାରୁ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ଓ ରେଳବାଇ ବିଭାଗ ଦ୍ବାରା ପ୍ରକଳ୍ପର ନିରିକ୍ଷଣ ଓ ସମୀକ୍ଷା ପରେ ଉଭୟ ରାଜ୍ୟ ସରକାର ଓ ରେଳବାଇ ବିଭାଗର ପ୍ରାୟ ୯୦ କୋଟି ଟଙ୍କାର ଯୁଗ୍ମ ବ୍ୟୟବରାଦକୁ କେନ୍ଦ୍ର ରେଳ ବିଭାଗ ଅନୁମୋଦନ କରିଥିଲେ।
ଶେଷରେ କେନ୍ଦ୍ର ସରକାର ଜନସାଧାରଣଙ୍କ ଦାବି ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟାକୁ ବିଚାରକୁ ନେଇ ଟାଙ୍ଗୀ ୧୭୪ ନଂ ରେଳ ଫାଟକ ଠାରେ ରେଳ ଓଭରବ୍ରିଜ କରିବା ପାଇଁ ପଥ ପରିସ୍କାର କରି ରେଳ ବିଭାଗର ପ୍ରସ୍ତାବିତ କାର୍ଯ୍ୟ ଚିଠାର ୧୯୭ ନମ୍ବର ରେ ଏହି ପ୍ରକଳ୍ପଟିକୁ ତାଲିକାଭୁକ୍ତ କରିଥିଲେ। ଆଜିର ଏହି ସମୀକ୍ଷା ବୈଠକରେ ତାଙ୍କ ସହ ଇଷ୍ଟକୋଷ୍ଟ ରେଳବାଇର ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ସୁଧିର କୁମାର ପରିଡ଼ା, ଜାତୀୟ ରାଜପଥ- ୧୬ର ବରିଷ୍ଠ ଅଧିକାରୀ ଭାବଗ୍ରାହୀ ଦାସ, ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ସୁରଜ ସିଂହ, ଗୃହ ଓ ରାସ୍ତା ବିଭାଗ (ଚାରବାଟିଆ) ଅଜିତ ରାୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
Comments are closed.