Latest Odisha News

BREAKING NEWS

କଟକରେ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ର ଫାଇନାଲ ମ୍ୟାଚ୍‌

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୫ ତାରିଖରେ ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର ଫାଇନାଲ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମଠାରେ ଆୟୋଜିତ ହେବ । ଏହି ମ୍ୟାଚ ବେଶ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି କହିଛନ୍ତି ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ର ସହପ୍ରତିଷ୍ଠାତା ଓ ସିଇଓ ରମଣ ରହେଜା କହିଛନ୍ତି ।


ରମଣ କହିଛନ୍ତି ଆଇପିଏଲ ପରେ ଭାରତରେ ୨ୟ ସର୍ବାଧିକ ଦେଖାଯାଇଥିବା ଟି୨୦ ଲିଗ୍‌ ହେଉଛି ଲିଜେଣ୍ଡସ ଲିଗ୍ । ଯାହାର ଡିଜିଟାଲ ଫୁଟ୍‌ପ୍ରିଂଟ୍ ୬୦୦ ମିଲିୟନ ଅତିକ୍ରମ କରିଛି  ।

ଚଳିତ ସିଜନ ଭାରତରେ ଡିଜିଟାଲ ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମଗୁଡିକରେ ୧୬ ମିଲିୟନରୁ ଅଧିକ ସ୍ୱତନ୍ତ୍ର ଦର୍ଶକ ମ୍ୟାଚ ଦେଖିଛନ୍ତି ।  ବାର୍କ ଟିଭି ରେଟିଙ୍ଗ୍ ଅନୁଯାୟୀ, ବିଶ୍ୱର କିଛି ମହାନ ଖେଳାଳିଙ୍କ ଅଂଶଗ୍ରହଣ ସହିତ ଇଡେନ୍ ଗାର୍ଡେନରେ ଖେଳାଯାଇଥିବା ଇଣ୍ଡିଆ ମହାରାଜାସ୍ ଓ ୱାର୍ଲ୍ଡ ଜିଆଂଟ୍‌ସ ମଧ୍ୟରେ ଏହି ସିଜନର ଓପ୍‌ନିଙ୍ଗ ମ୍ୟାଚ୍ ବର୍ତମାନ ଦେଶରେ ଜାରି ରହିଥିବା ଅନ୍ୟ ଯେକୌଣସି କ୍ରିକେଟ୍ ଲିଗ୍‌ଠାରୁ ଅଧିକ ରେଟିଙ୍ଗ୍ ହାସଲ କରିଛି ।
ବାରବାଟୀରେ ଆସନ୍ତା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନୋଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ୨୬ ତାରିଖରେ ମଣିପାଲ ଟାଇଗର୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବା । ୨୭ ତାରିଖରେ ଗୁଜୁରାଟ ଜିଆଣ୍ଟ୍ସ ଓ ଭିଲୱାରା କିଙ୍ଗ୍ସ ମଧ୍ୟରେ ଦ୍ବିତୀୟ ମ୍ୟାଚ  ।  ୨୯ ତାରିଖରେ ଇଣ୍ଡିଆ କ୍ୟାପିଟାଲ୍ସ ଓ ମଣିପାଲ ଟାଇଗର୍ସ ମଧ୍ୟରେ ତୃତୀୟ ଲିଗ୍‌ ମ୍ୟାଚ ‌ବାରବାଟୀରେ ଅନୁଷ୍ଠିତ ହେବ।

Leave A Reply

Your email address will not be published.