Latest Odisha News

BREAKING NEWS

ତିନି ଦିନ ଭିତରେ କରୋନା କେସରେ ଗଞ୍ଜାମକୁ ଟପିଯିବ କଟକ

ଭୁବନେଶ୍ୱର: କରୋନାକୁ କାବୁ ପାଇଛି ଗଞ୍ଜାମ ଜିଲ୍ଲା । ଏବେ ପ୍ରତିଦିନ ଶହେରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କିନ୍ତୁ କଟକରେ ନିୟନ୍ତ୍ରଣକୁ ଆସୁନି ମହାମାରୀ । ସ୍ଥିତି ସଙ୍ଗୀନ । ଦୈନିକ ପାଖାପାଖି ୬ଶହ ପଜିଟିଭ୍ କେସ୍ ବାହାରୁଛି । ଦିନେ ଦୁଇ ଦିନ ଭିତରେ ଗଞ୍ଜାମକୁ ଟପିଯିବ କଟକ ଆକ୍ରାନ୍ତଙ୍କ ସଂଖ୍ୟା ।

ଗତ ୨୪ ଘଣ୍ଟାରେ କଟକ ଜିଲ୍ଲାରୁ ୫୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୩୫୯କୁ ବୃଦ୍ଧି ପାଇଛି । ସେପଟେ ଗଞ୍ଜାମରୁ ବାହାରିଛନ୍ତି ୯୦ ନୂଆ ଆକ୍ରାନ୍ତ । ଜିଲ୍ଲାରେ ୧୯ ହଜାର ୮୭୧ ପଜିଟିଭ୍ କେସ୍ ରହିଛି ।

 

ଗଞ୍ଜାମଠାରୁ କଟକ ଜିଲ୍ଲାରେ ମାତ୍ର ୧୫ ଶହ ୧୨ କମ୍ କରୋନା କେସ୍ ରହିଛି । କଟକ ଜିଲ୍ଲାରୁ ଦୈନିକ ୫ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଭଳି ବଢ଼ିଲେ ମାତ୍ର ୩ ଦିନ ଭିତରେ ଗଞ୍ଜାମକୁ ପଛକୁ ଠେଲି କରୋନା ସଂକ୍ରମିତ ଜିଲ୍ଲା ତାଲିକାର ଦୁଇ ନମ୍ବର ସ୍ଥାନକୁ ଉଠିବ କଟକ ଜିଲ୍ଲା ।

Leave A Reply

Your email address will not be published.