Latest Odisha News

BREAKING NEWS

ଆଉ ୨ ଦିନ ବଢିଲା ଐତିହାସିକ କଟକ ବାଲିଯାତ୍ରା !

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ଦ୍ୱିତୀୟ ଦିନ। ଏହି ଅବସରରେ ଆଉ ୨ ଦିନ ଲାଗି ବାଲିଯାତ୍ରାକୁ ବୃଦ୍ଧି କରାଯାଇଥିବା ବେଳେ ଏହା ଏବେ ନଭେମ୍ବର ୨୧ ତାରିଖରେ ସମାପ୍ତ ହେବ ।

BjdElectrycity

 

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୮ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରା ଚଳିତ ବର୍ଷ ୧୦ଦିନ ପାଇଁ ଆୟୋଜନ ହେଉଛି । ଖାଦ୍ୟ ତଥା ଘରକରଣା ସାମଗ୍ରୀ ଚଳିତ ବର୍ଷର ମୁଖ୍ୟ ଆର୍କଷଣ ପାଲଟିଥିବା ବେଳେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ପାଇଁ ବାଲିଯାତ୍ରା ପଡ଼ିଆରେ ଲୋକଙ୍କର ଭିଡ଼ ଲାଗି ରହିଛି ।

ମହାନଦୀରେ ପ୍ରତିଦିନ ‘ଆଳତୀ’ ଆୟୋଜିତ କରାଯାଉଛି । ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ବେଶ୍ ଭିଡ ଜମୁଛି ।

ଏଥର ବାଲିଯାତ୍ରାରେ ପର୍ଯ୍ୟଟକମାନେ ରିକ୍ସା, ସାଇକେଲ୍ ସବାରୀ ସହ ବୋଟିଂର ମଧ୍ୟ ମଜା ଉଠାଇ ପାରିବେ । ଏପରିକି ପ୍ରଥମଥର ଲାଗି ପଥୋତ୍ସବର ମଧ୍ୟ ଆୟୋଜନ କରାଯାଇଛି ।

Leave A Reply

Your email address will not be published.