ବ୍ରହ୍ମପୁର: ନିଜକୁ କ୍ରାଇମବ୍ରାଞ୍ଚ ଅଧିକାରୀ କହି ମହିଳାଙ୍କ ଠାରୁ ଲୁଟିଲା ଯୁବକ । ମହିଳାଙ୍କ ଠାରୁ ଆଉ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟିନେଲା ଯୁବକ । ସାଇବର ଥାନାରେ ଅଭିଯୋଗ ପରେ ବାଲେଶ୍ବରରୁ ଯୁବକ ଗିରଫ । ଗିରଫ ଯୁବକ ଜଣକ ବାଲେଶ୍ୱର ରାଉତରା ଗାଁର ଚନ୍ଦନ କୁମାର ଜେନା।
ଗତ ୭ ତାରିଖରେ ପୀଡ଼ିତା ଜଣକ ସାଇବର ଥାନାରେ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଜଣେ ଠକ ତାଙ୍କୁ ୩୧ ଡିସେମ୍ବର ୨୦୨୫ରେ ଏକ ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ ଫୋନ୍ କରି ନିଜକୁ କ୍ରାଇମବ୍ରାଞ୍ଚର ପୋଲିସ ଅଧିକାରୀ ବୋଲି କହିଥିଲେ ।
ଖବରମୁତାବକ,ତାଙ୍କର ଅଶ୍ଳୀଳ ଫଟୋ ପର୍ଣ୍ଣ-ସାଇଟ୍ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି ଏବଂ କ୍ରାଇମବ୍ରାଞ୍ଚରେ ଏକ ମାମଲା ପଞ୍ଜିକୃତ ହେଉଛି ବୋଲି ତାଙ୍କୁ କହିଥିଲେ। ଆଉ “ସେଟେଲମେଣ୍ଟ ଫି” ନଦେଲେ ତୁରନ୍ତ ଗିରଫ କରାଯିବ ବୋଲି ଧମକ ଦେଇଥିଲେ । ଅଶ୍ଳୀଳ ଫଟୋ ହଟାଇବାକୁ ଅନୁରୋଧ କରି ମହିଳା ପ୍ରଥମେ ୭୦ ହଜାର ଦେଇଥିଲେ । ଏହାପରେ ମହିଳାଙ୍କ ଠାରୁ ଆଉ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟିଥିଲା ଯୁବକ ।