Latest Odisha News

BREAKING NEWS

ଧର୍ମଶାଳାରେ ସାଇବର ଠକେଇ ଅଭିଯୋଗ; ୩ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର

ଯାଜପୁର:ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ସାଇବର ଠକେଇ ମାମଲାରେ ଚଢାଉ । ଗତକାଲି ଧର୍ମଶାଳା ଥାନା ପୋବଳ ଗାଁରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୁଲିସ ମିଳିତ ରେଡ କରିଛନ୍ତି । ଆର୍ଥିକ କାରବାର ନେଇ ପୋବଳ ଗାଁର ସରୋଜ ଜେନାଙ୍କ ଘରେ ଚଢ଼ାଉ ହୋଇଛି । ତେବେ ମୁଖ୍ୟ ଅଭିଯୁକ୍ତ ସରୋଜଙ୍କ ସହ ଲିଙ୍କ ଥିବା ୩ ଜଣଙ୍କୁ କଟକ କ୍ରାଇମବ୍ରାଞ୍ଚ ଟିମ୍ ଅଟକ ରଖିଥିବା ସୂଚନା ମିଳିଛି ।

ଏଥିସହ ନଗଦ ୧୫ଲକ୍ଷ ଟଙ୍କା ସହିତ ବିପୁଳ ପରିମାଣ ର ଗହଣା ଜବତ କରିଛି କ୍ରାଇମବ୍ରାଞ୍ଚ । ଏଥିସହ ଗୋଟିଏ ବୁଲେଟ ଓ ଗୋଟିଏ ଇଭିଏମ ସ୍କୁଟି ଜବତ ସଜିତ ତାଙ୍କର ଏକାଧିକ ବ୍ୟାଙ୍କ ପାସ୍‌ବୁକ ଜବତ ହୋଇଛି । ଉକ୍ତ ପାସବୁକ ବହିରେ ପାଖାପାଖି ୯୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଥିବା. ପ୍ରାଥମିକ ସୂଚନାରୁ ଜଣାପଡିଛି।

ଖବରମୁତାବକ, କିଛିଦିନ ପୂର୍ବରୁ ସରୋଜ ଜେନାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ସାଇବର ଠକେଇ ଏବଂ ବ୍ଲାକ ମେଲିଙ୍ଗ ଅଭିଯୋଗରେ କଟକର ସାଇବର ଥାନାରେ ଜଣେ ବ୍ୟକ୍ତି ଲିଖିତ ଅଭିଯୋଗ କରିଥିଲେ। ଏନେଇ ଗତକାଲି ରାତି ପ୍ରାୟ ୧୦ଟା ବେଳେ ଉଭୟ ସାଇବର ପୋଲିସ, ଧର୍ମଶାଳା ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ ଚଢ଼ାଉ କରିଥିଲେ । ଏହି ସମୟରେ କୌଶଳକ୍ରମେ ମୁଖ୍ୟ ଅଭିଯୁକ୍ତ ଖସି ଯାଇଛି । ସରୋଜଙ୍କ ସହିତ ଲିଙ୍କରେ ଥିବା ସେହି ଗାଁର ଚନ୍ଦନ ଜେନା, ଧଡ଼ିଆ ଜେନା ଏବେ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ପଚରାଉଚରା ପାଇଁ ଉଠାଇ ନେଇଥିବା ଜଣାପଡିଛି।

Leave A Reply

Your email address will not be published.