Latest Odisha News

BREAKING NEWS

ଇ-କାର୍ଟ ପ୍ୟାକେଟ୍ ପଠାଇଲେ, ୧୯ହଜାର ଲୁଟିଲେ ସାଇବର ଠକ

କଟକ : କଟକରେ ସାଇବର ଠକେଇ । ଅନଲାଇନ ସପିଂ ପ୍ୟାକେଟରୁ ବାହାରିଲା ଦୁର୍ଗନ୍ଧ କପଡା । ରିଫଣ୍ଡ ମାଗିବାକୁ ଯାଇ ଠକେଇର ଶିକାର ହୋଇଛନ୍ତି ମହିଳା । କଟକ ନୂଆ ବଜାର ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜର ଅନଲାଇନ ଅର୍ଡର ରିସିଭ କରିବା ପାଇଁ ଇ-କାର୍ଟ ରୁ ଏକ କଲ ଆସିଥିଲା ।

ନାବାଳିକା ଜଣକ ଘରେ ନଥିବାରୁ ତାଙ୍କ ମା’ ଙ୍କୁ କଲ କରି କହିଥିଲେ ଅନଲାଇନ ଅର୍ଡର ଟିକୁ ରିସିଭ କରିବା ପାଇଁ । ଏହାପରେ ନାବାଳିକାଙ୍କ ମା’  ୪୦୦ ଟଙ୍କା କ୍ୟାସ ଦେଇ ଅର୍ଡର କୁ ରିସିଭ କରିଥିଲେ । ହେଲେ ତା ଭିତରୁ ଦୁର୍ଗନ୍ଧ କପଡ଼ା ବାହାରିଥିଲା । ଯାହା ଫଳରେ ଏହାକୁ ଫେରସ୍ତ କରିବା ପାଇଁ ଉକ୍ତ ନମ୍ବର ରେ ଡେଲିଭରି ବଏ ସହ ଯୋଗାଯୋଗ କରିଥିଲେ ।ଏହାପରେ ସାଇବର ଲୁଟେରା ତାଙ୍କୁ ମାଗିଥିଲେ ଆପଣଙ୍କ ଫୋନପେ ନମ୍ବର ଅଛି ଯଦି ଦିଅନ୍ତୁ  ଆମେ ଆପଣଙ୍କ ଟଙ୍କା କୁ ଫୋନପେ ମାଧ୍ୟମରେ ଫେରସ୍ତ କରିଦେବୁ ।

ନାବାଳିକା ଜଣକ  ଆମର କୌଣସି ଫୋନପେ ନମ୍ବର ନାହିଁ କହି ଉକ୍ତ ଡେଲିଭରି ବଏ କୁ ପଡ଼ୋଶୀଙ୍କ ର ଫୋନେପ ନମ୍ବର ଟି ଦେଇଥିଲେ । ଲୁଟେରା ଜଣକ ପ୍ରତିଉତ୍ତର ରେ କହିଥିଲେ ଫୋନପେ ରେ ଯେଉଁ ଲିଙ୍କ ଯିବ ତାକୁ କ୍ଲିକ କରିଦେବେ । ତେବେ ପଡ଼ୋଶୀ ଜଣକ ସେଇ ଲିଙ୍କ କୁ କ୍ଲିକ କଲା ପରେ ତାଙ୍କ ଆକାଉଣ୍ଟ ରୁ ଆଖି ପିଛୁଳାକେ ଗାଏବ ହେଇଗଲା ୧୯ ହଜାର ଟଙ୍କା । ଏ ନେଇ ନାବାଳିକା ଜଣକ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି  ବୋଲି ସୂଚନା ଦେଇଛନ୍ତି କଟକ ଆଡିସନାଲ ଡିସିପି ଅନିଲ ମିଶ୍ର ।

Leave A Reply

Your email address will not be published.