Latest Odisha News

ଇରାନ ଉପରେ ଇସ୍ରାଏଲର ସାଇବର ଆଟାକ

ତେହେରାନ: ଇରାନର ମିସାଇଲ ଆଟାକର ଜବାବ ଇସ୍ରାଏଲ ନିଜସ୍ୱ ଶୈଳୀରେ ଦେଇ ଯୁଦ୍ଧର ବିଗୁଲ ଫୁଙ୍କିଛି । ଇରାନ ଉପରେ ଇସ୍ରାଏଲର ସାଇବର ଆଟାକ ସାରା ବିଶ୍ୱକୁ ଚକିତ କରି ଦେଇଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଇସ୍ରାଏଲର ଏକ୍ସପର୍ଟମାନେ ନିଜ ଦେଶରେ ବସି ଏହି ଆଟାକ କରିଥିଲେ । ଖୁବ କମ ସମୟ ମଧ୍ୟରେ ଇରାନର ସମ୍ପୂର୍ଣ୍ଣ ସିଷ୍ଟମ ଏହା ଦ୍ୱାରା ପ୍ରଭାବିତ ହୋଇଛି ।

ରିପୋର୍ଟ ମୁତାବକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଇରାନ ସରକାର ଏବଂ ନ୍ୟୁକ୍ଲିୟର ଅସ୍ତ୍ର ରଖାଯାଇଥିବା ସ୍ଥାନ ଉପରେ ମଧ୍ୟରେ ଏହି ଆକ୍ରମଣ ହୋଇଛି । ନ୍ୟୁକ୍ଲିୟର ସମ୍ପର୍କିୀତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଇସ୍ରାଏଲ ହାସଲ କରି ନେଇଛି । ନ୍ୟୁକ୍ଲିୟର ପାୱାର ପ୍ଲାଂଟ, ବନ୍ଦର, ପରିବହନ ନେଟୱର୍କ, ଇନ୍ଧନ ବିତରଣ, ନଗରପାଳିକା ନେଟୱର୍କ ଏବଂ ବରିଷ୍ଠ ନେତା ଏବଂ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି । ୧୪ ବର୍ଷ ହେବ ଇରାନ ଉପରେ ଇସ୍ରାଏଲ ସାଇବର ଆଟାକ କରି ଅନେକ ଗୁପ୍ତ ତଥ୍ୟ ହାସଲ କରିଛି ।

ନିକଟରେ ଲେବାନନରେ ଯେଉଁ ଭଳି ଭାବେ ପେଜର ଓ ୱାକିଟକିର ବିସ୍ଫୋରଣ ଘଟାଇଥିଲା ସେଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ, ଇସ୍ରାଏଲ ଆକ୍ରମଣର ଅନେକ ପନ୍ଥା ରଖିଛି । ୨୦୧୧ରେ ଷ୍ଟାର୍ସ ନାମକ ଭାଇରସ ମାଧ୍ୟମରେ ଇରାନ ପରମାଣୁ କେନ୍ଦ୍ର ଉପରେ ସାଇବର ଆଟାକ କରାଯାଇଥିଲା । ଏହି ଭାଇରସ ୩୦ ହଜାର କମ୍ପ୍ୟୁଟରକୁ ପ୍ରଭାବିତ କରିଥିଲା । ୨c୦୧୨ରେ ଇରାନ ଘୋଷଣା କରିଥିଲା ଯେ, ଭାଇପର ନାମକ ମାଲୱେୟର ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରିଥିଲା । ଏହା ପଛରେ ମଧ୍ୟ ଇସ୍ରାଏଲର ହାତ ଥିବା ଆଶଙ୍କା କରାଯାଇଛି । ଇରାନ ଆକ୍ରମଣ ପରେ ଇସ୍ରାଏଲ ପକ୍ଷରୁ କୁହାଯାଇଥିଲା ଆମର ଆକ୍ରମଣ ଶତ୍ରୁ ଦେଶକୁ ଆଶ୍ଚର୍ଯ୍ୟଚକିତ କରିଦେବ

Leave A Reply

Your email address will not be published.