Latest Odisha News

BREAKING NEWS

ବାତ୍ୟା ଅମ୍ଫନ ପ୍ରଭାବରେ ଓଡ଼ିଶାର ୮୯ ବ୍ଲକ୍ ପ୍ରଭାବିତ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ବାତ୍ୟା ଅମ୍ଫନ୍ ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଇଛନ୍ତି।

ଏନେଇ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ସହ ଏକ ଭିଡିଓ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ଏହି ବାତ୍ୟା ଯୋଗୁଁ ୮୯ଟି ବ୍ଲକର ପ୍ରାୟ ୧୫୦୦ଟି ପଞ୍ଚାୟତର ପାଖାପାଖି ୪୪.୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

“ଉକ୍ତ ପ୍ରଭାବିତ ବ୍ଲକଗୁଡିକରେ ସଡକ ଯୋଗାଯୋଗ ପୁନଃ ସ୍ଥାପନ ପାଇଁ ପ୍ରୟାସ ଚାଲିଛି। ଏହା ବ୍ୟତୀତ କେନ୍ଦ୍ରୀୟ ବିଦ୍ୟୁତ୍ ଯୋଗାଣ ଉପଯୋଗୀତା (ସେସୁ) ପକ୍ଷରୁ ଆଗାମୀ ଦୁଇ ଦିନ ମଧ୍ୟରେ ସବୁଠି ବିଦ୍ୟୁତ ସରବରାହ ପ୍ରଦାନ ଏବଂ ଗୁରୁବାର ସନ୍ଧ୍ୟା ସୁଦ୍ଧା ୮୦% ବିଦ୍ୟୁତ୍ ସଂଯୋଗ ପୁନରୁଦ୍ଧାର ହେବ” ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଆହୁରି ମଧ୍ୟ ସେ କ୍ୟାବିନେଟ ସଚିବଙ୍କୁ କହିଛନ୍ତି, ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟ ସରକାର କୃଷି ଭିତ୍ତିକ କ୍ଷୟକ୍ଷତିର ଆକଳନ କରିବେ। ଏଥିସହିତ ୨୧୦ଟି ମେଡିକାଲ୍ ଟିମ୍ ଏବଂ ୭୫ ପଶୁ ଚିକିତ୍ସା ଦଳଙ୍କୁ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି।

ସେହିପରି ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ କାନ୍ଥ ପଡ଼ି ତିନି ମାସ ଶିଶୁର ମୃତ୍ୟୁ ଘଟଣାରେ ସ୍ଥାନୀୟ ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.