Latest Odisha News

BREAKING NEWS

ବାତ୍ୟା ଅମ୍ଫନ ପ୍ରଭାବରେ ରାଜ୍ୟର ୩୦ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ

ଭୁବନେଶ୍ୱର: ଗତ ବୁଧବାର ଦିନ ବାତ୍ୟା ଅମ୍ଫନ୍ ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ରାଜ୍ୟର ପ୍ରାୟ ୩୦ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି।

ଶକ୍ତି ବିଭାଗର ରିପୋର୍ଟ ଅନୁଯାୟୀ, ବିଦ୍ୟୁତ୍ ବିତରଣ କମ୍ପାନୀ କେନ୍ଦ୍ରୀୟ ବିଦ୍ୟୁତ୍ ଯୋଗାଣ ଉପଯୋଗୀତା (ସେସୁ) ଅଧୀନରେ ଥିବା ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ପ୍ରାୟ ୧୭ ଲକ୍ଷ ଗ୍ରାହକ ଏବଂ ନେସ୍କୋ ଅଧୀନରେ ଥିବା ଭଦ୍ରକ, ବାଲେଶ୍ବର, ଯାଜପୁର ଏବଂ ମୟୂରଭଞ୍ଜର ୧୧ ଲକ୍ଷ ଉପଭୋକ୍ତା ଙ୍କ ସମେତ ସାଉଥକୋର ଅଧିନରେ ଥିବା ଗଞ୍ଜାମ, ଗଜପତି, କାନ୍ଧମାଳ, ବୋୖଦ୍ଧ, ରାୟଗଡ, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ପ୍ରଭାବିତ ହୋଇଛନ୍ତି।

ଆହୁରି ମଧ୍ୟ ଏହିସବୁ ସ୍ଥାନରେ ଯଥା ଶୀଘ୍ର ବିଦ୍ୟୁତ୍ ପୁନରୁଦ୍ଧାର କାର‌୍ୟ୍ୟ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି ବୋଲି ଶକ୍ତି ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.