Latest Odisha News

BREAKING NEWS

ଫନି ପ୍ରଭାବରେ ସୋଆ ବିଶ୍ୱବିଦ୍ୟାଳୟର ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ଭୁବନେଶ୍ୱର : ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି)ର ବିଭିନ୍ନ ସରଞ୍ଜାମ ଓ ଭିତ୍ତିିଭୂମିର ବ୍ୟାପକ କ୍ଷୟକ୍ଷତି ଘଟିଛି ।

ପ୍ରାଥମିକ ଆକଳନ ଅନୁଯାୟୀ ଏହି କ୍ଷୟକ୍ଷତିର ମୂଲ୍ୟ ପ୍ରାୟ ୩୦ କୋଟି ହେବ ବୋଲି ସୋଆ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ସୋଆ ଅଧିନରେ ୯ଟି ଶିକ୍ଷାନୁଷ୍ଠାନ ସମେତ ୧୩ଟି ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ଓ ୩୫ଟି ଗବେଷଣା ଲାବୋରେଟୋରୀ ଅଛି । ଫନି ଯୋଗୁଁ ଏହି ସବୁ ସ୍ଥାନଗୁଡ଼ିକର ବିଲ୍ଡିଂ, ଏଥିରେ ଥିବା ସରଞ୍ଜାମ ଓ ଭିତିଭୂମିର କ୍ଷତି ଘଟିଛି ।

ସବୁଠାରୁ କ୍ଷୟକ୍ଷତି ହୋଇଛି ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ରେ । ଏହାର ବିଲ୍ଡିଂ ଗୁଡ଼ିକରେ ଅନେକ କ୍ଷତି ହୋଇଥିବା ବେଳେ ଭିତରେ ପାଣି ପଶିଯିବା ଦ୍ୱାରା ବିଭିନ୍ନ ବିଭାଗର ଦାମୀ ସରଞ୍ଜାମଗୁଡ଼ ିକ କ୍ଷତିଗ୍ରସ୍ତ ହୋଇଛି । ଖଣ୍ଡିଗିରିସ୍ଥ ିତ ସୋଆର ମୁଖ୍ୟକାର୍ଯ୍ୟାଳୟର ଆଡମିନିଷ୍ଟ୍ରେସନ୍ ବିଲ୍ଡିଂର ମଧ୍ୟ କେତେକ ଅଂଶ ଭାଙ୍ଗି ଯାଇଥିବା ବେଳେ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ସ୍ଥିତ ହାଇମାଷ୍ଟ ଲାଇଟ୍ ଖୁଂଟି ମଧ୍ୟ ଉପୁଡିଯାଇଛି ।

ସେହିପରି ଆଇଟିଇଆର୍ ପରିସରରେ ଥିବା ଲାବୋରେଟୋରୀ ଗୁଡ଼ିକରେ ମଧ୍ୟ ଅନେକ କ୍ଷୟକ୍ଷତି ହୋଇଛି । ସୋଆର ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ଷ୍ଟଡିଜ୍ (ଆଇବିସିଏସ୍), ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନସେସ୍ (ଏସପିଏସ୍), ସୋଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍), ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍ (ଆଇଏଏସ୍), ସମ୍ ନର୍ସିଂ କଲେଜ (ଏସଏନସି) , ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟ (ଏସଏଚଏମ୍) ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନସେସ୍ (ଆଇଡିଏସ୍) ରେ ବ୍ୟାପକ କ୍ଷତି ହୋଇଛି ।

ତେବେ ଏହି ପ୍ରଳୟଙ୍କାରୀ ବାତ୍ୟା ସତ୍ତେ୍ୱ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ରୋଗୀ ସେବା କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇନଥିଲା । ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀମାନେ ରୋଗୀ ସେବାକୁ ସୁରୁଖୁରରେ ନିଭାଇଥିଲେ ।

Leave A Reply

Your email address will not be published.