ମାଲକାନଗିରି: ସମ୍ଭାବ୍ୟ ବାତ୍ୟା ଗୁଲାବ ପାଇଁ ମାଲକାଲଗିରି ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । ଜିଲ୍ଲାର ୭ଟି ବ୍ଲକ ଓ ତହସିଲରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବାତ୍ୟାରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବା ସହ ସେଠାକୁ ଯିବା ଲାଗି ବାରଣ କରାଯାଇଛି ।
ନଈକୂଳ ପାଖାପାଖି ରହୁଥିବା ଲୋକଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସଚେତନ କରାଯାଉଛି । ତେବେ ବଣ୍ଡାଘାଟି ଓ ଗୋବିନ୍ଦପାଲି ଘାଟିରେ ଭୁସ୍ଖଳନ ହେବାର ସମ୍ଭାବନା ରହିଥିବାରୁ ଜିଲ୍ଲା ପ୍ରଶାସନ ସେଠାରେ ଲଗାତାର ନଜର ରଖିଛି ।
ବାତ୍ୟା ଗୁଲାବର ମୁକାବିଲା କରିବା ପାଇଁ ଜିଲ୍ଲାରେ ୬ଟି ଓଡ୍ରାଫ୍ ଟିମ୍ ଓ ଗୋଟିଏ ଏନ.ଡି.ଆର.ଏଫ ଟିମ୍କୁ ମୁତୟନ କରାଯାଇଛି । ଅନ୍ୟପଟେ ପଡିଆ, ମାଥିଲି, କାଲିମେଳା ଓ ଚିତ୍ରକୋଣ୍ଡା ଅଂଚଳରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଲଗାତାର ଭାବେ ଗସ୍ତ ଜାରି ରଖିଛନ୍ତି ।
Comments are closed.