Latest Odisha News

BREAKING NEWS

ଆରମ୍ଭ ହେଲା ବାତ୍ୟା ‘ମିଗଜୋମ୍’ର ଲ୍ୟାଣ୍ଡଫଲ ପ୍ରକ୍ରିୟା

ଆନ୍ଧ୍ରପ୍ରଦେଶ: ଆରମ୍ଭ ହେଲା ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଦକ୍ଷିଣ ଆନ୍ଧ୍ରର ବାପାଟଲା ନିକଟରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା ମିଗଜୋମ୍ । ଦୀର୍ଘ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ । ବର୍ତ୍ତମାନ ୯୦ ରୁ ୧୧୦ ବେଗରେ ପବନ ବହୁଥିବା ବେଳେ ପ୍ରବଳ ବର୍ଷା ଲାଗି ରହିଛି ।  ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଝଡତୋଫାନକୁ ଦୃଷ୍ଟିରେ ରଖି ଆନ୍ଧ୍ର ଓ ତାମିଲନାଡୁ ଉପକୂଳବର୍ତ୍ତୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଥିଲା ।

ସେପଟେ ମଧ୍ୟ ପଡିଛି ବାତ୍ୟା ମିଗଜୋମ୍ ର ପ୍ରଭାବ । ୩ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଗତକାଲିଠାରୁ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଅମଳ ସମୟରେ ବର୍ଷା ଚାଷୀଙ୍କ ଅବସ୍ଥାକୁ ବେହାଲ କରିଛି । ସେପଟେ ୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜିବୀମାନଙ୍କି ସମୁଦ୍ରକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।

 

Comments are closed.