ଭୁବନେଶ୍ୱର: ବାତ୍ୟାର ରୂପ ନେଇଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଗଭୀର ଅବପାତରେ ପରିଣତ ହେବା ପରେ ଆଜି ସକାଳେ ବାତ୍ୟାର ରୂପ ନେଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି ।
ବିଭାଗୀୟ ସୂଚନା ଅନୁଯାୟୀ, ସାଇକ୍ଲୋନିକ ଷ୍ଟର୍ମ ବା ବାତ୍ୟା ମୋକା ପଶ୍ଚିମ-ଦକ୍ଷିଣପଶ୍ଚିମ ପୋର୍ଟବ୍ଲେୟାରଠାରୁ ୫୧୦ କିମି ଦୂରରେ ରହିଛି । ଆଜି ମଧ୍ୟ ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ।
ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ରିକର୍ଭ କରି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ ଓ ମିଆଁମାର ମୁହାଁଇବାର ସମ୍ଭାବନା ରହିଛି । ୧୪ ତାରିଖ ପୂର୍ବାହ୍ନରେ ଏହା କୋକ୍ସ ବଜାର, କ୍ୟାଉକିପିୟୁ ଠାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।
Comments are closed.