ଭୁବନେଶ୍ୱର: ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ପରେ ଘୂର୍ଣ୍ଣିଝଡ଼ ମୋନ୍ଥା ଦୁର୍ବଳ ହୋଇଯାଇଥିଲେ ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଣ୍ଡପ କରିଛି। ଯାହା ଫଳରେ ଭୂସ୍ଖଳନ ଏବଂ ରାସ୍ତା, ପୋଲ ଏବଂ ଘର କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।
ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଯେଉଁଠାରେ ଘୂର୍ଣ୍ଣିଝଡ଼ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ହୋଇଥିଲା।
ଅଧିକାରୀମାନେ କହିଛନ୍ତି ଯେ ଘୂର୍ଣ୍ଣିଝଡ଼ ଯୋଗୁଁ ହୋଇଥିବା ଅବିରତ ବର୍ଷା ପରେ ଏକ ବଡ଼ ଭୂସ୍ଖଳନ ଯୋଗୁଁ ଗଜପତି ଜିଲ୍ଲାରେ ଯୋଗାଯୋଗ ବିଚ୍ଛିନ୍ନ କରିଦେଇଛି। ଆର ଉଦୟଗିରି ବ୍ଲକ ନିକଟବର୍ତ୍ତୀ ଅନେକ ଗ୍ରାମ ସହିତ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେହିପରି ରାମଗିରି-ବଡଗାଁ ଘାଟରେ ଭୂସ୍ଖଳନ ପରେ ବଡ଼ ବଡ଼ ପଥର ଏବଂ କାଦୁଅ ଗଜପତିକୁ ଗଞ୍ଜାମ ଜିଲ୍ଲା ସହିତ ସଂଯୋଗ କରୁଥିବା ମୁଖ୍ୟ ପାହାଡିଆ ରାସ୍ତାକୁ ଅବରୋଧ କରିଛି।
Comments are closed.