Latest Odisha News

BREAKING NEWS

ଟଳିଲା ବିପଦ, ଦୁର୍ବଳ ହେଲା ବାତ୍ୟା ‘ନିସର୍ଗ’

ମୁମ୍ବାଇ: ଟଳିଲା ବିପଦ । ଦୁବ୍ରଳ ହେଲା ସାମୁଦ୍ରିକ ଝଡ ନିସର୍ଗ । ବାତ୍ୟା ନିସର୍ଗ ମୁମ୍ଵାଇରେ ପ୍ରବେଶ କରିବା ମାତ୍ରେ ଦୁର୍ବଳ ହୋଇଯାଇଛି। ଫଳରେ ରାଜ୍ୟ ପାଇଁ ବିପଦ ଟଳି ଯାଇଛି। ଆରବସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ବାତ୍ୟା ନିସର୍ଗ ମହାରାଷ୍ଟ୍ର ଉପକୂଳବର୍ତ୍ତୀ ଇଲାକାରେ ସ୍ଥଳଭାଗ ଛୁଇଁ ସାରିଛି। ମୁମ୍ବାଇରେ ନିସର୍ଗ ଅଲିବାଗ ତଟବର୍ତ୍ତୀ ଅଞ୍ଚଳ ଦେଇ ସ୍ଥଳ ଭାଗରେ ପ୍ରବେଶ କରିଛି। ଏହି ସମୟରେ ପବନର ବେଗ ୧୩୦ ରୁ ୧୫୦ କିମି ରହିଥିବା କୁହାଯାଉଛି। ଅନ୍ୟପଟେ ମୁମ୍ବାଇର ଅଧିକାଂଶ ଅଞ୍ଚଳରେ ଦ୍ରୁତ ବେଗରେ ପବନ ବହିବା ସହିତ ବର୍ଷା ଜାରି ରହିଛି। ବାତ୍ୟା

ସ୍ଥଳଭାଗ ଛୁଇଁବା ପରେ ମହାରାଷ୍ଟ୍ରର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବର୍ଷା ହେବା ସହ ପବନର ବେଗ ଘଣ୍ଟା ପ୍ରତି ୫୦ କିମି ରହିଛି।
ମହାରାଷ୍ଟ୍ରରେ ଜୋରରେ ପବନ ଓ ବର୍ଷା କାରଣରୁ ଅନେକ ଜାଗାରେ ଗଛ ଭାଙ୍ଗି ପଡିଛି। ଅନେକ ଚାଳ ଛପର ଘର ଭୁଶୁଡି ପଡିଛି। ଅନେକ ଜାଗାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡିଛି। ସ୍ଥିତିର ମୁକାବିଲା ଲାଗି ଏନଡିଆରଏଫ ଟିମ୍‌କୁ ମୁତୟନ କରାଯାଇଛି।

ମୁମ୍ବାଇ ବିମାନ ବନ୍ଦରରେ ସନ୍ଧ୍ୟା ୭ଟା ସୁଦ୍ଧା ଯାତାୟାତ ଉପରେ ରୋକ୍ ଲଗାଯାଇଛି। ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟରେ ଏନଡିଆରଏଫର ୨୦ ଟିମ୍ ନିୟୋଜିତ ଅଛନ୍ତି। ଏଥିରେ ମୁମ୍ବାଇରେ ୮ଟି ଟିମ୍, ରାୟଗଢରେ ୫, ପାଲଘରରେ ୨, ଥାନେରେ ୨, ରତ୍ନଗିରିରେ ୨ ଓ ସିନ୍ଧୁଦୁର୍ଗରେ ୧ ଟିମ୍ ମୁତୟନ ଅଛନ୍ତି।

Leave A Reply

Your email address will not be published.