Latest Odisha News

BREAKING NEWS

ସାମୁଦ୍ରିକ ଝଡ ‘ବାୟୁ’: ଗୁଜୁରାଟରୁ ଟଳିଲା ବାତ୍ୟା ଆଶଙ୍କା, ବଦଳିଲା ଗତିପଥ

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ବାୟୁ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ତା’ର ଗତିପଥ ପରିବର୍ତ୍ତନ କରିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଗୁରୁବାର ଦିନ ସୂଚନା ମିଳିଛି ।

ତେବେ ଏହା ଗୁଜୁରାଟର ସମୁଦ୍ର ଉପକୂଳ ଦେଇ ପାକିସ୍ଥାନ ଓ ଓମାନ୍ ମୁହାଁ ହୋଇଥିବା ଜଣାପଡିଛି ।

ଏହି ସାମୁଦ୍ରିକ ଝଡ଼ ‘ବାୟୁ’ ବେରାବଲ ନିକଟରେ ଦିଗ ପରିବର୍ତ୍ତନ କରିଛି । ଏହା ଗୁଜୁରାଟ ସ୍ଥଳ ଭାଗରେ ଲ୍ୟାଣ୍ଡଫଲ୍ କରୁନଥିଲେ ମଧ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ସହିତ ପବନ ବହିବ । ଏହା ସୌରାଷ୍ଟ୍ର ଉପକୂଳ ଦେଇ ପାକିସ୍ତାନ ଓ ଓମାନ ଦିଗକୁ ଯିବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୩୫ ରୁ ୧୪୫ କିଲୋମିଟର ରହିପାରେ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅଧିକ ପଢନ୍ତୁ- ବାତ୍ୟା ବାୟୁ: ଦୁର୍ବିପାକ ପରିଚାଳନା ନେଇ ଓଡିଶାର ପରାମର୍ଶ ଲୋଡିଲା ଗୁଜୁରାଟ

Leave A Reply

Your email address will not be published.