Latest Odisha News

BREAKING NEWS

ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା

ଭୁବନେଶ୍ବର : ମାଡି ଆସୁଛି ବାତ୍ୟା ‘ୟଶ’ । ଅତି ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ବାତ୍ୟା । ଏବେ ବାତ୍ୟା ୟଶ ପାରାଦୀପଠାରୁ ୪୫୦ କିଲୋମିଟର ଦୂରରେ ଥିବା ବେଳେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି । ସେହିପରି ଦକ୍ଷିଣ-ଦକ୍ଷିଣପୂର୍ବ ବାଲେଶ୍ବର ଠାରୁ ୫୫୦ କିଲୋମିଟର ଓ ଦୀଘା ଠାରୁ ୫୪୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ।

ବାଲେଶ୍ବର ନିକଟରେ ବାତ୍ୟା ଲ୍ୟାଣ୍ଡଫଲ କରିପାରେ । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ । ଆସନ୍ତା ୨୬ ତାରିଖ ଦିନ ପୂର୍ବାହ୍ନରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ପାରାଦୀପ ଓ ସାଗରଦ୍ବୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ ବୋଲି କୁହାଯାଉଛି । ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଛି । ଲ୍ୟାଣ୍ଡଫଲ୍‌ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫ କି.ମିରୁ ୧୬୫ କି.ମି ରହିବ ।

Comments are closed.