Latest Odisha News

BREAKING NEWS

ଦାନା ବାନ୍ଧୁଛି ଆଉ ଏକ ବାତ୍ୟା !

ଭୁବନେଶ୍ୱର: ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ବଙ୍ଗୋପସାଗରେ ରହିଛି ସାମୁଦ୍ରିକ ଝଡର ଆଶାଙ୍କା । ଦକ୍ଷିଣପୂର୍ବ ବଙ୍ଗୋପସାଗର ଏହାକୁ ଲାଗି ରହିଥିବା ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି ।

ଏହି ଲଘୁଚାପ ବଳୟ ଘନିଭୂତ ହୋଇ ଆସନ୍ତା ୧୫ ତାରିଖ ବେଳକୁ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଗୋଟିଏ ଅବପାତର ରୂପ ନେବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି ଅବପାତ ଆହୁରି ଘନିଭୂତ ହୋଇ ମେ’ ୧୬ ତାରିଖ ସନ୍ଧ୍ୟା ବେଳକୁ ସାମୁଦ୍ରିକ ଝଡର ରୂପ ନେଇପାରେ ।

ଏହି ସାମୁଦ୍ରିକ ଝଡ ପ୍ରଥମେ ୧୭ ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ଏହା ଦିଗ ବଦଳାଇ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବା ସମ୍ଭାବନା ରହିଛି । ତେବେ ଓଡ଼ିଶା ପ୍ରତି ଏହି ସାମୁଦ୍ରିକ ଝଡର ପ୍ରଭାବ କେତେ ରହିବ ତାହା ୧୫ ତାରିଖ ବେଳକୁ ସ୍ପଷ୍ଟ ହେବ । ତେବେ ଆଗାମୀ ୫ ଦିନ ପାଇଁ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ଯଦି ସାମୁଦ୍ରିକ ଝଡ ସୃଷ୍ଟି ହୁଏ ତେବେ ତାର ନାଁ ଥାଇଲାଣ୍ଡ ଦ୍ୱାରା ଦିଆଯାଇଥିବା ନାଁ ଅନୁସାରେ ‘ଉମ୍‌କୁନ୍‌’ ଉଚ୍ଚାରଣ କରାଯିବ ।
ତେବେ ଏହାକୁ ନଜରରେ ରଖି ଆସନ୍ତା ୧୫ ତାରିଖ ପରେ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Leave A Reply

Your email address will not be published.