ନୂଆଦିଲ୍ଲୀ: ମାଡ଼ି ଆସୁଛି ବାତ୍ୟା ଅସାନୀ । ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଡିପ୍ ଡିପ୍ରେସନ୍ ବା ଗଭୀର ଅବପାତ । ଆସନ୍ତା ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏହାର ନାଁ ରହିବ ଅସାନୀ । ଗତକାଲି ଡିପ୍ରେସନ୍ ଆଜି ଡିପ୍ରେସନରେ ପରିଣତ ହୋଇଛି ।
ଗଭୀତ ଅବପାତ ଏବେ ପୋର୍ଟବ୍ଲେୟାରଠାରୁ ୧୧୦ କିଲୋମିଟର ପୂର୍ବ ଉତ୍ତରପୂର୍ବ ଓ ନିକୋବର ଦ୍ୱୀପରୁ ୩୨୦ କିଲୋମିଟର ଉତ୍ତର ଉତ୍ତରପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି । ଆସନ୍ତା ୧୨ ଘଣ୍ଟାରେ ବାତ୍ୟାର ରୂପ ନେବ । ପରେ ଧିରେ ଧିରେ ଆଣ୍ଡାମାନ ଉପକୂଳରୁ ଦୂରେଇ ମିଆଁମାର ମୁହାଁ ହେବ । ୨୩ ତାରିଖରେ ବାତ୍ୟା ଅସାନୀ ବାଂଲାଦେଶ ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Depression over north Andaman Sea and adjoining southeast BoB , about 110 km ENE of Port Blair, 320 km NNE of Car Nicobar .To intensify further into a cyclonic storm in next 12 hrs. To move nearly northwards along & off Andaman towards Myanmar coast in next 48 hrs. pic.twitter.com/5gdlkCX0Uc
— India Meteorological Department (@Indiametdept) March 21, 2022
ବାତ୍ୟା ପ୍ରଭାବରେ ଅଣ୍ଡାମାନ ନିକୋବର ଦ୍ୱୀପରେ ପ୍ରବଳ ବର୍ଷା ପବନ ହୋଇଛି । ଅଶାନ୍ତ ରହିଛି ସମୁଦ୍ର । ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରକୁ ୨୩ ତାରିଖ ଯାଏ ଯିବାକୁ ବାରଣ କରାଯାଇଛି ।
Comments are closed.