Latest Odisha News

BREAKING NEWS

କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ : ଦୀପୁ ଓ ଓମ୍ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ହାଜର

କଟକ: କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ । କଟକ ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର ହୋଇଛନ୍ତି ଶୁସୀଲ ଓ ଶୁଶାନ୍ତ ଧଳ ସାମନ୍ତ ।ଦୀପୁ ମଲ୍ଲୀକ ଏବଂ ଓମ୍ ସ୍ୱାଇଁ ହତ୍ୟା କାଣ୍ଡ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଦୁଇ ଭାଇଙ୍କୁ କୋର୍ଟରେ ହାଜର କରିଛି ପୋଲିସ ।

ସୂଚନାଅନୁସାରେ ୨୦୧୩ ମସିହା ନଭେମ୍ବର ମାସରେ ଦୀପୁ ଏବଂ ଓମଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣାରେ ଧଳ ଭ୍ରାତା ମୁଖ୍ୟ ଅଭିଯୁକ୍ତ ଅଟନ୍ତି ବୋଲି ପୋଲିସ ଦର୍ଶାଇଥିଲା ।ଏନେଇ ତଦନ୍ତ କାରି ଇନିସ୍ପେକ୍ଟର ରଶ୍ମୀ ମହାପାତ୍ର ଏହି ମାମଲାର ସାକ୍ଷ ପ୍ରଦାନ ପାଇଁ କୋର୍ଟରେ ହାଜର ହୋଇଛନ୍ତି । ଆଜି ଅଦାଲତ ଏହି ହତ୍ୟା କାଣ୍ଡର କେସ୍ ରେକର୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ବୁଧବାର ମାମଲାର ପୁଣି ହେବ ଶୁଣାଣି ହେବ।

Comments are closed.