Latest Odisha News

ସମ୍ବଲପୁର ପୁଲିସକୁ ବଡ଼ ସଫଳତା, ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଗିରଫ

ସମ୍ବଲପୁର: ଏକ ବଡ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ସମ୍ବଲପୁର ପୁଲିସ। ସହରେ ଚାଲିଥିଲା ଆନ୍ତଃରାଜ୍ୟ ଡକାୟତଙ୍କ ରାଜ୍। ତେବେ ପୁଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ପୁଲିସ ଦ୍ୱାରା ୧୦ ଆନ୍ତଃରାଜ୍ୟ ଡକାୟତ ଗିରଫ ହୋଇଥିବା ବେଳେ ୫ଲକ୍ଷ ୧୨ହଜାର ଟଙ୍କା, ୪୮୦ଗ୍ରାମ ସୁନା, ୧୪ଟି ମୋବାଇଲ ଓ ୫ଟି ବାଇକ ଜବତ କରାଯାଇଛି ।

ଏହି ଗ୍ୟାଙ୍ଗ୍ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତ କରି ଆତଙ୍କ ଖେଳାଇଥିଲା। ଗତ କିଛି ଦିନ ହେବ ଏହି ଗ୍ୟାଙ୍ଗ୍ ବେଧଡକ ଅପରାଧ କରି ଚାଲିଥିଲା। ତେବେ ପୁଲିସ ହାତରେ ଧରାପଡିଛନ୍ତି ଏହି ଡକାୟତ ଗ୍ୟାଙ୍ଗ। ଏହାସହିତ ଦୁଇଟି ବୋଲେରୋ ଓ ଟ୍ରାକ୍ଟର ଜବତ ହୋଇଥିବା ସୂଚନା ମିଳିଛି । ଜବତ ସାମଗ୍ରୀର ମୂଲ୍ୟ ୭୫ଲକ୍ଷ ଟଙ୍କା ହେବ ବୋଲି ସମ୍ବଲପୁର ଏସପି କହିଛନ୍ତି ।

ଏମାନଙ୍କ ଟାର୍ଗେଟରେ ରାଇସ୍‍ ମିଲ୍‍, ପେଟ୍ରୋଲ ପମ୍ପ ଓ ଦେଶମଦ ଭାଟି ରହିଥିଲା । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ବିଭିନ୍ନ ଥାନାରେ ୨୧ଟି ଅପରାଧିକ ମାମଲା ରହିଛି । ସମସ୍ତଙ୍କ ଘର ସମ୍ବଲପୁର ଜିଲାରେ ବୋଲି ଏସପି ସୂଚନା ଦେଇଛନ୍ତି ।

 

Comments are closed.