Latest Odisha News

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ: 

ତା୧-୧୦-୨୦୨୦ ଗୁରୁବାର

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ୱ. 

ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୧ ରିଖ ଗୁରୁବାର କନ୍ୟା ୧୬ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ଉତ୍ତରଭାଦ୍ର 

ନକ୍ଷତ୍ର ମୀନ ଚନ୍ଦ୍ର 

 ଘାତ ବାର-: ତୁଳା ଓ କୁମ୍ଭ ରାଶିର 

ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର 

ଆଜି: ମତ୍ସ୍ଯ ମାଂସ ଖାଇବା ନିଷେଧ

ଆଜି -ଆଶ୍ବିନ ମଳ ପୂର୍ଣ୍ଣିମା 

ମେଷ: କୌଣସି କାର୍ଯ୍ୟରେ ସଫଳତା ପାଇବା କଷ୍ଟକର ହୋଇପାରେ। ତଥାପି ଆର୍ଥିକ ଏବଂ ସାମାଜିକ ସ୍ଥିତି ପୂର୍ବଭଳି ରହିବ। ବିଦ୍ଯାର୍ଥୀ ମାନେ କୃତକାର୍ଯ୍ୟ ହେବେ। ଅପରାହ୍ନେ ବନ୍ଧୁଙ୍କ ଆଗମନରେ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ।

ବୃଷ: ଆଜି ଘରୋଇ ସମସ୍ୟା ଦୂର ହୋଇଯିବ କୋଟ କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ପୂର୍ବ ଯୋଜନା ଅନୁଯାୟୀ କାମ କରି କିଛିଟା ସଫଳତା ମଧ୍ୟ ପାଇବେ।

ମିଥୁନ: ଅର୍ଥ ସମସ୍ଯା ଦେଖା ଦେଦେଇପାରେ । କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା କାରଣରୁ ସେହିକଥା ଭାବି ଅନ୍ୟମନସ୍କ ରହିପାରନ୍ତି। ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି।

କର୍କଟ: ଆଜି ସ୍ବାସ୍ଥ୍ୟ ଭଲ ରହିନପାରେ। ପାରିବାରିକ ବିଶୃଙ୍ଖଳା ମନକୁ ଭାରାକ୍ରାନ୍ତ କରିବ । ସଭାସମିତି, ଆନୁଷ୍ଠାନିକ କାମ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ।  ଯାନବାହନ, ଜମିଜମା, ଗୃହସୀମା, ମାଲି ମକଦ୍ଦମାରେ ସମସ୍ୟା ଲାଗି ରହିବ।

ସି˚ହ: ଆପଣ ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ପରିବାର ଭିତରେ ସୁସମ୍ପର୍କ ରହିବ ।ସନ୍ତାନ ମାନେ ଆଜ୍ଞା ଧୀନ ହେବେ । ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ମିଳିବ।

କନ୍ୟା: ପାରିବାରିକ ଜୀବନ ସୁଖମୟ ହେବ ବିଦ୍ଯାର୍ଥୀ ମାନେ ବିଦ୍ଯା କ୍ଷେତ୍ରରେ ସଫଳତା ପାଇବେ । ନିଜ ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି।

ତୁଳା: କାର୍ଯ୍ୟରେ ସଫଳତା ପାଇବା ସହ ଦୂର ଯାତ୍ରାର ଯୋଗ ରହିଛି ।କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ଜମିଜମା କିଣାବିକାରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ଅଧିକ ଖର୍ଚ୍ଚାନ୍ତ ହୋଇ ପାରନ୍ତି ।

ବିଛା: ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କଥାବାର୍ତ୍ତା ନ କଲେ ଅସୁବିଧାରେ ପଡ଼ିବେ। ଆପଣଙ୍କର ସାହାଯ୍ୟକାରୀ ମନୋବୃତ୍ତି ହେତୁ ସହକର୍ମୀଙ୍କ ସହ ସଦ୍ଭାବ ବୃଦ୍ଧି ହୋଇପାରେ। ଆଜି ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ୍‌ ଜିନିଷ ଆଣିପାରନ୍ତି। ମାଲି ମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।

ଧନୁ: ଆଜି ବିବାଦ କିମ୍ବା ପ୍ରତିଦ୍ୱନ୍ଦ୍ୱିତାରୁ ଦୂରେଇ ରହିବା ଭଲ ହେବ। ନିଜ ଘର ଅପେକ୍ଷା ବାହାର ଲୋକମାନେ ଆପଣଙ୍କ ପକ୍ଷ ସମର୍ଥନ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଅଫିସ୍‌ରେ କୌଣସି ବ୍ୟକ୍ତିଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।

ମକର: ଅନୁକୂଳ ସମୟ ହେତୁ ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ମିଳିବା ନିଶ୍ଚିତ। ନିଜର ସମ୍ପର୍କୀୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବହୁତ ଦିନରୁ ବାକି ପଡିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇଲେ ମଧ୍ୟ ସାମୟିକ ଅସ୍ଥିରତା ଦେଖାଦେବାର ସମ୍ଭାବନା ରହିଛି।

କୁମ୍ଭ: ଆପଣଙ୍କ ଆଜି ପ୍ରତ୍ୟେକ ଦିଗରୁ ଲାଭବାନ୍‌ ହେବେ। ଶତୃମାନେ ପରାଜୟ ହେବେ ବ୍ୟବସାୟରେ ସଫଳତା ମିଳିବ ।ଗୃହିଣୀମାନେ ଘରେ ବାହାରେ ପ୍ରଶଂସନୀୟ ହେବେ । ଶରୀର ସୁସ୍ଥ ରହିବା ।

ମୀନ :ଆଜି ବନ୍ଧୁମାନଙ୍କ ସହ ହସଖୁସି ମଧ୍ୟରେ ଦୂର ସ୍ଥାନକୁ ଯାତ୍ରା କରିକରିବେ ।ଆନନ୍ଦଦାୟକ ରହିବ। ସାମାଜିକ ସ୍ତରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ, ପରିବହନ ଦିଗରୁ ବହୁତ ଶୁଭଫଳ ପାଇବେ।

Comments are closed.