Latest Odisha News

BREAKING NEWS

ମହାରାଷ୍ଟ୍ରର କେମିକାଲ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ମୁମ୍ବାଇ: ପୁଣି ମହାରାଷ୍ଟ୍ରର ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋରୁ ପୁନେର କୁରକୁମ୍ଭ ଏମ୍‌ଆଇଡିସି ଅଂଚଳରେ ଥିବା ଏକ ରାସାୟନିକ କାରଖାନାରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଚାରିଆଡେ ପୁରା ଧୁଆଁମୟ ହୋଇଯାଇଥିଲା ।

ସେପଟେ ନିଆଁ ଲାଗି କାରଖାନାର ବ୍ୟାପକ କ୍ଷୟକ୍ଷତି ହୋଇଛି । ଖବର ପାଇ ଘଟଣାସ୍ଥଳରେ ୪ଟି ଦମକଳ ବାହିନୀ ଗାଡି ପହଂଚି ନିଆଁକୁ ଆୟତ କରିଛି । ତେବେ ଏଥିରେ କେହି ବି ମୃତାହତ ହୋଇନଥିବା ଜଣାପଡିଛି । ତେବେ ଫ୍ୟାକ୍ଟ୍ରିରେ କେଉଁ କାରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଲା ସେ ନେଇ କୌଣସି ତଥ୍ୟ ମିଳିପାରି ନାହିଁ ।

Leave A Reply

Your email address will not be published.