Latest Odisha News

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଅପ୍ରେଲ ୩ ତାରିଖ ଶନିବାର ମୀନ ୨୧ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ସପ୍ତମୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର
ଆଜିର ଘାତ ବାର- ବୃଷ ସିଂହ ଓ କନ୍ୟା ରାଶିର
ଆଜିର ଘାତ ଚନ୍ଦ୍ର- ତୁଳା କୁମ୍ଭ ରାଶି ପୁରୁଷ ଓ ବୃଷ, ମିଥୁନ ରାଶି ମହିଳାଙ୍କର 
ଆଜିର ନିଷେଧ ଖାଦ୍ୟ -ତାଳ 

ମେଷ
ଆଜି ନିଜଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।

ବୃଷ
ଆଜି ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।

ମିଥୁନ
ଆଜି ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂର୍ଣ୍ଣ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।

କର୍କଟ
ଆଜି ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜି ଦୂର ଯାତ୍ରାର ଯୋଗ ରହିଛି ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।

ସିଂହ
ଆଜି ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ସମସ୍ଯା ଦେଖାଦେଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେ।

କନ୍ୟା
ଆଜି ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ମନୋଭାବ ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।

ତୁଳା
ଆଜି ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ର ଛାତ୍ରୀମାନେ ସମସ୍ତ ଦିଗରେ ସଫଳତା ହାସଲ କରିବେ ।

ବିଛା
ଆଜି ଧନ ମାନ ସମ୍ମାନ ପ୍ରତିଷ୍ଠା ମିଳିବ।ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ ଧାର କରଜ କରିବାକୁ ପଡିପାରେ।

ଧନୁ
ଆଜି ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କା ଦେଇ ଗତି କରିବେ। ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ ।

ମକର
ଆଜି ବନ୍ଧୁମାନଙ୍କ ସାହାଯ୍ୟ ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ‌। ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ ସହାୟତାରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ।ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।

କୁମ୍ଭ
ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।

ମୀନ
ଆଜି ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ପାଇବେ‌।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.