Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୪-୫-୨୦୨୧ ମଙ୍ଗଳବାର


ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ମଇ ତା ୪ରିଖ ମଙ୍ଗଳ ବାର ମେଷ ୨୧ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର
ଘାତ ବାର-: ମକର ରାଶିର
ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ-: ନଡ଼ିଆ

ମେଷ
ଆଜି ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହୋଇପାରନ୍ତି।ବନ୍ଧୁମାନଙ୍କ କଥା ବାର୍ତ୍ତା ଆପଣଙ୍କ ପାଇଁ ସମସ୍ୟାକୁ ବଢାଇ ଦେଇପାରେ । ନିର୍ଦ୍ଦିଷ୍ଟ ସମୟରେ କାମଟି ସମ୍ପୂର୍ଣ୍ଣ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବିଳମ୍ବରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।

ପ୍ରତିକାର- କିଛି ମହୁ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ବୃଷ
ଆଜି ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭକରି ଆଶା ପୂରଣ କରିବେ। ନିର୍ମାଣଧୀନ ଆନୁଷ୍ଠାନିକ କାମରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଆଲୋଚନା ପରିସରରେ ଆପଣ ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ମହିଳାମାନେ ଅନିଚ୍ଛାକୃତ ଭାବେ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ।

ପ୍ରତିକାର-ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀର କଳାରାଶି ମିଶାଇ ଢାଳନ୍ତୁ।

ମିଥୁନ
ଆଜି ସ୍ଥଗିତ ରହିଯାଇଥିବା କେତେକ ପୁରୁଣା ବାକିଆ କାମ ଶେଷ କରିବାକୁ ସକ୍ଷମ ହେବେ। ପ୍ରିୟଜନଙ୍କ ସାହାଯ୍ୟ ସହଯୋଗ ମାଧ୍ୟମରେ ଜମିଜମା ସମ୍ପର୍କି ତ ବିବାଦର ଆଶୁ ସମାଧାନ ହୋଇଯିବ। କଳା,ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରାଦିରେ କାର୍ଯ୍ୟ କରୁଥିଲେ ପୂର୍ବର ସମସ୍ୟା ସମାଧାନ ହୋଇଯିବ।

ପ୍ରତିକାର-ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ ।

 

କର୍କଟ
ଆଜି ସତର୍କତା ଅଭାବରୁ ଅନ୍ୟ ପାଇଁ ନିଜେ ସମସ୍ୟାଗ୍ରସ୍ତ ହୋଇପଡିବେ। ମତପାର୍ଥକ୍ୟ ଜନିତ ବାକ୍‌ ବିତଣ୍ଡା ସୃଷ୍ଟି ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ନିଜ ସାଧନାରେ ସଫଳତା ପାଇବେ ।

ପ୍ରତିକାର-ଓମ୍ ନମ୍ଃ ଶିବାୟ ମନ୍ତ୍ରକୁ ଆଜି ୧୦୮ଥର ଜପ କରନ୍ତୁ।

ସିଂହ
ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିବେ । ପାରିବାରିକ ଜୀବନରେ ଖଳଲୋକଙ୍କ କାନକୁହା କଥା ସୁଖ ସନ୍ତୋଷରେ ବାଧା ଉପୁଜାଇବ। ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ନିର୍ଦ୍ଦିଷ୍ଟ ସମୟରେ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ ।

ପ୍ରତିକାର-ସୂର୍ଯ୍ଯଙ୍କୁ ସାତ ଆଞ୍ଜୁଳା ଜଳ ପ୍ରଦାନ କରନ୍ତୁ।

କନ୍ୟା
ଆଜି କାର୍ଯ୍ୟ ହାସଲ ସହ ଆର୍ଥିକ ଉନ୍ନତି, ଦେଖା ଦେବ । ପାରିବାରିକ କ୍ଷେତ୍ରର କୌଣସି କଥା ମନକୁ ବାରମ୍ବାର ଆଲୋଡିତ କରିପାରେ। ଅର୍ଥ ସମ୍ପର୍କକୁ ନେଇ ପରିବାରରେ ଭାତୃବିବାଦ ଦେଖାଦେଇ ପାରେ। ମହିଳାମାନେ ପ୍ରଶଂସନୀୟ ହେବେ । ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ।

ପ୍ରତିକାର-ତୁଳସୀ ମୂଳେ ଜଳ ପ୍ରଦାନ କରନ୍ତୁ ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ ।

ତୁଳା
ଆଜି ପୂର୍ବର ସମସ୍ୟା ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବା ।କୌଣସି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ ସେଥିରେ ସଫଳ ହେବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ଯାହାକି ସାମୟିକ ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରେ।

ପ୍ରତିକାର-ଧଳା ରଙ୍ଗର ରୁମାଲ ବ୍ୟବହାର କରନ୍ତୁ ।

ବିଛା
ଆଜି କାର୍ଯ୍ୟସିଦ୍ଧି ସହ ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ । ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ । ଆକସ୍ମିକ ଭାବରେ କୌଣସି ସମସ୍ୟା ହେତୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଉପରିସ୍ଥଙ୍କ କର୍ମ ଚାରିଙ୍କ ଆଦେଶାନୁସାରେ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ । ପିତା ମାତାଙ୍କ ଆଶ୍ରିର୍ବାଦ ଆପଣଙ୍କୁ ସହାୟ ହେବ।

ପ୍ରତିକାର-ହନୁମାନଙ୍କୁ ଦର୍ଶନ କରନ୍ତୁ, ତାଙ୍କ ସିନ୍ଦୂର ମଥାରେ ଲଗାନ୍ତୁ।

ଧନୁ
ଆଜି କର୍ମକ୍ଷେତ୍ରରେ କିମ୍ବା ସଭାସମିତିରେ ପ୍ରଶଂସନୀୟ ହେବେ। ପରୋକ୍ଷ ଶତ୍ରୁତା କାରଣରୁ ଅପରାହ୍ନରେ ମନ ଭାରାକ୍ରାନ୍ତ ରହିବ। କୋଟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ । ସମସ୍ତ କାର୍ଯ୍ୟରେ ସାହାଯ୍ୟ ଓ ସହଯୋଗ ପାଇବେ। କ୍ରୀଡା, କଳା, ସାହିତ୍ୟ କ୍ଷେତ୍ରରେ ସଫଳତା ମିଳିପାରେ।

ପ୍ରତିକାର-କିଛି ଗୁଡ ଗାଈକୁ ଖାଇବାକୁ ଦିଅନ୍ତୁ।

ମକର
ଆଜି ଜଗିରଖି ଚଳନ୍ତୁ କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଅଂଶୀଦାର ବ୍ୟବସାୟୀମାନଙ୍କ ସହ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ।

ପ୍ରତିକାର-ସାତଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ।

କୁମ୍ଭ
ଆଜି ଆପଣଙ୍କର ଦିନ ଖୁବ୍ ଭଲରେ କଟିବ। ବକେୟା ପ୍ରାପ୍ୟ ମିଳିବ ଯାହା ଫଳରେ ମନ ପ୍ରଫୁଲ୍ଲିତ ରହିବ। ବିବାଦରେ ନୂଆ ମୋଡ଼ ଦେଖାଦେବ। ପୂର୍ବର ସମସ୍ୟା ସମାଧାନ ହୋଇଯିବ। ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନ ନେବା ସହ ସମ୍ମାନ ପ୍ରାପ୍ତି ହେବେ। ବିଦ୍ୟାର୍ଥିମାନେ ଶୁଭ ଖବର ଶୁଣିପାରନ୍ତି।

ପ୍ରତିକାର-କୈ।ଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମୀନ
ଆଜି ଆପଣଙ୍କ ଦୃଢ଼ ମନୋବଳ ଯୋଗୁ ପ୍ରତ୍ଯେକଟି କ୍ଷେତ୍ରରେହିଁ ବିଜୟ ଲାଭ କରିବେ ।ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯତ୍ନ କଲେ ଉପକୃତ ହେବେ । ବନ୍ଧୁଙ୍କ ମିଥ୍ୟାଭିଯୋଗ ସକାଶେ ମାନସିକ ସ୍ତରରେ କ୍ରୋଧାନ୍ବିତ ହୋଇପାରନ୍ତି।

ପ୍ରତିକାର-ମା ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିବା ସହ ଘୃତ ଦୀପ ଟିଏ ପ୍ରଦାନ କରନ୍ତୁ।

ଜ୍ୟୋତିଷ ବାଣୀ
ଶନି ଗ୍ରହଙ୍କ ପୀଡ଼ାରୁ ମୁକ୍ତି ପାଇବା ପାଇଁ ସରଳ ପ୍ରତିକାର।
ଯେକୌଣସି ଅମାବାସ୍ୟା ଦିନ ଏକ ନଡ଼ିଆକୁ କଳାକନାରେ ଗୁଡ଼ାଇ ତା ଉପରେ କଳା ସୂତାକୁ ୯ଥର ବୁଲାଇ ଗଣ୍ଠି ପକାଇ ସେହି ନଡ଼ିଆକୁ କୈାଣସି ପ୍ରବାହିତ ଜଳରେ ସାତଟି ଶନିବାର ଭସାନ୍ତୁ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.