Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୫-୯-୨୦୨୧ ରବିବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ସେପ୍ଟେମ୍ବର ତା ୫ ରିଖ ରବିବାର ସିଂହ ୨୦ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଭୁକ୍ତ ଚତୃଦଶୀ ତିଥି ଅଶ୍ଳେଷା କର୍କଟ ଚନ୍ଦ୍ର
ଘାତ ବାର-: ମେଷ ରାଶିର
ଆଜିର ନିଷେଧ ଖାଦ୍ୟ-: ବାଇଗଣ ଓ ବିରି ଦ୍ରବ୍ୟ
ଆଜି- ଶିବ ଉପବାସ, ବେଢ଼ା ପରିକ୍ରମା, ଶ୍ରୀ ଶ୍ରୀ ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ,ଗୁରୁ ଦିବସ

ମେଷ
ଆଜି କ୍ୟାରିୟର ସୁଧାର ପାଇଁ ଦିନଟି ଭଲ ହେବ। ଗୁପ୍ତ ଶତୃଭୟ ମନକୁ ବ୍ୟତିବ୍ୟସ୍ତ କରାଇବ। ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ ନାହିଁ। ପ୍ରେମରେ ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ପ୍ରତିକାର- ଇଷ୍ଟ ଦେବତାଙ୍କୁ କର୍ପୁର ଆଳତୀ କରି ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ ‌।

ବୃଷ
ଦୀର୍ଘ ଦିନର ସ୍ବପ୍ନ ସାକାର ହେବ ଧନ ମାନ ସମ୍ମାନ ପ୍ରତିଷ୍ଠା ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଆଶା କରୁଥିବା ଦିଗରୁ ହଠାତ୍ ଅର୍ଥ ପ୍ରାପ୍ତି ହେବ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୁପକ୍ଷଙ୍କର ସାହାଯ୍ୟ ସହଯୋଗ ସହାନୁଭୂତି ପାଇବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ‌।

ପ୍ରତିକାର-ରୁଟିରେ ଗୁଡ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ
ନୂଆ ବିଚାର ଆପଣଙ୍କ ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ ରହିବ। ଅପରାହ୍ନରେ ଯଗିରଖି ଚଳନ୍ତୁ ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ।

ପ୍ରତିକାର-ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ ଓ ସେ ବୃକ୍ଷକୁ ସାତ ଥର ପ୍ରଦକ୍ଷିଣ କରନ୍ତୁ।

କର୍କଟ
ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ପାରିବାରିକ ଜୀବନ ସୁଖମୟ ହେବ।ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ମିଳିବ। ନିର୍ମାଣଧିନ କାର୍ଯ୍ୟକୁ ତ୍ବରାନ୍ବିତ କରି କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବେ।

ପ୍ରତିକାର-ଲକ୍ଷ୍ମୀ ନାରାୟଣଙ୍କ ପାଖରେ ଘିଅ ଦୀପଟିଏ ଜାଳନ୍ତୁ ।

ସିଂହ
ଆଜି ଆପଣ କୌଣସି କାର୍ଯ୍ୟ ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ବହୁ ଦିନର ପ୍ରତିକ୍ଷିତ ଶୁଭ ଖବର ଶୁଣିପାରନ୍ତି ଯାହା ଫଳରେ ମନ ଆନନ୍ଦିତ ହେବ।

ପ୍ରତିକାର-ପାଞ୍ଚୋଟି ତ୍ରିଶାଖା ବେଲ ପତ୍ର ମହା ମୃତ୍ଯୁଞ୍ଜୟ ମନ୍ତ୍ରରେ ଶିବଲିଙ୍ଗରେ ଚଢାନ୍ତୁ।

କନ୍ୟା
ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ପାରିବାରିକ ଜୀବନ ସୁଖମୟ ହେବ। ମହିଳାମାନେ ଆନନ୍ଦ ଉଲ୍ଲାସରେ ସମୟ କାଟିବେ। ଛାତ୍ର ଛାତ୍ରୀମାନେ ସମସ୍ତ ଦିଗରେ ସଫଳତା ହାସଲ କରିବେ।

ପ୍ରତିକାର-କଳା ବିରି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।

ତୁଳା
ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଅପରାହ୍ନରେ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ ଅଯଥା ବାଦବିବାଦ ଦେଖାଦେଇପାରେ ।

ପ୍ରତିକାର-କୈ।ଣସି ଧାର୍ମିକ ଅନୁଷ୍ଠାନରେ କିଛି ମିଷ୍ଟାନ୍ନ ଦାନ କରନ୍ତୁ।କଉଡ଼ିଟିଏ ନିଜ ପାଖରେ ରଖନ୍ତୁ।

ବିଛା
ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ ଅନେକ ଦିନର ଆଶା ଆକାଙ୍କ୍ଷା ପୁରଣ ହେବ।ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।କୈ। ଣସି ଅନୁଷ୍ଠାନର ମୁଖ୍ୟ ଦାୟିତ୍ଵ ଗ୍ରହଣ କରିପାରନ୍ତି।

ପ୍ରତିକାର–ସାତୋଟି ଲାଲ୍ ମନ୍ଦାର ଗ୍ରାମ ଦେବତୀଙ୍କୁ ଚଢାନ୍ତୁ।

ଧନୁ
ଆଜି ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ବିଶେଷ ସମ୍ବେଦନଶୀଳ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ।

ପ୍ରତିକାର-ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମକର
ଆପଣ ନିଜ କାମରେ ପ୍ରଶଂସା ଓ ପୁରସ୍କାର ପାଇବେ। କାରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ ପ୍ରଦ ହେବ। ଧନ ସମ୍ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ। ନିଜର ଲୋକମାନେ ପରୋକ୍ଷରେ ବିରୋଧ କରିବେ।

ପ୍ରତିକାର-ସାତୋଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ।

କୁମ୍ଭ
ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଶରୀରର କୈାଣସି ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି। ନିଜର ଲୋକ ବିରୁଦ୍ଧାଚରଣ କରିବେ। ଦାମ୍ପତ୍ୟ ଜୀବନରେ ମନାନ୍ତର ହେବାରୁ ମନ ଭାରାକ୍ରାନ୍ତ ରହିବ । ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ।

ପ୍ରତିକାର-ନୀଳରଙ୍ଗର ରୁମାଲ ଟିଏ ଆଜି ନିଜ ପାଖରେ ରଖନ୍ତୁ।

ମୀନ
ଆଜି ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି ଯାହା ଫଳରେ ମନ ଆନନ୍ଦିତ ହେବ।

ପ୍ରତିକାର-ତୁଳସୀ ବୃକ୍ଷମୂଳରେ ଜଳ ପ୍ରଦାନ କରନ୍ତୁ ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ।

ଜ୍ୟୋତିଷ ବାଣୀ-
ଗୃହରେ ସୁଖ ଶାନ୍ତି ଓ ଧନ ପ୍ରାପ୍ତି ପାଇଁ ସରଳ ପ୍ରତିକାର

ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ଚରଣ ସେବା କରୁଥିବା ଫଟୋକୁ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପୂଜା କରିବା ସହିତ ଶ୍ରୀସୁକ୍ତ ପାଠ କରନ୍ତୁ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.