Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ଅପ୍ରେଲ ୮ ତାରିଖ ଗୁରୁବାର ମୀନ ୨୬ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର
ଆଜିର ଘାତ ବାରତୁଳା ଓ କୁମ୍ଭ ରାଶିର
ଆଜିର ଘାତ ଚନ୍ଦ୍ର- ମିଥୁନ ରାଶି ପୁରୁଷ ଓ ମୀନ ରାଶି
ଆଜିର ନିଷେଧ ଖାଦ୍ୟ : ପୋଇ
ଆଜି ବାରୁଣୀ ସ୍ନାନ

ମେଷ
ଆଜି ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।

ବୃଷ
ଆଜି ଆପଣଙ୍କୁ ସାହାଯ୍ୟ ସହଯୋଗ ମିଳିବ। ଘରୋଇ ସମସ୍ଯାର ସମାଧାନ ହେବ। ଧନଲାଭର ଯୋଗ ରହିଛି ବନ୍ଧୁଙ୍କ ସହିତ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ। ଛାତ୍ର ଛାତ୍ରୀମାନେ ସମସ୍ତ ଦିଗରେ ସଫଳତା ହାସଲ କରିବେ।

ମିଥୁନ
ଆଜି ଦିନଟି ଠିକ୍‌ଠାକ୍‌ ରହିବ। ସଫଳତା ଆପଣଙ୍କୁ ମିଳିବ ଯାହା ଫଳରେ ଭାରାକ୍ରାନ୍ତର ମନ ପ୍ରଫୁଲ୍ଲିତ ରହିବ।ଆପଣଙ୍କ ସରଳତା ପାଇଁ ସମସ୍ତେ ସ୍ନେହ ଶ୍ରଦ୍ଧା ସହାନୁଭୂତି ପ୍ରଦାନ କରିବ, ଖୁସି ରହିବେ। ବ୍ୟବସାୟ ପାଇଁ ଦିନଟି ଅନୁକୂଳ ରହିବ।

କର୍କଟ
ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାମାନେ କର୍ମକ୍ଷେତ୍ରର ( ଅଫିସରେ) ପ୍ରଶଂସିତ ହେବେ। ପରିବାର ଲୋକଙ୍କ ସହିତ ହସଖୁସିରେ ଦିନଟିକୁ କାଟିବେ ।

ସିଂହ
ଆଜି ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ ପ୍ରତିଯୋଗିତାରେ ବିଜୟୀ ହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ସମ୍ପର୍କ ସୁଦୃଢ ହେବ, ପ୍ରେମଭାବ ବୃଦ୍ଧି ହେବ।

କନ୍ୟା
ଆଜି ବନ୍ଧୁ ଓ ପାଖଲୋକଙ୍କ ସାହାଯ୍ୟ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ଆଜି ବ୍ୟବସାୟୀଙ୍କୁ ଆକସ୍ମିକ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନ ସୁଖମୟ ହେବ । ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ତୁଳା
ଆଜି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ ଦେବ ଦର୍ଶନ କରି ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ବିଛା
ଆଜି ସତର୍କତା ଅବଲମ୍ବନ କରନ୍ତୁ। ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।

ଧନୁ
ଆଜି ଦିନଟି ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ମିଳିବ। ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ ‌।ଧନ ମାନ ସମ୍ମାନ ଲାଭ ହେବ।

ମକର
ଆଜି ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ, କୈାଣସି ଶୁଭ ଖବର ଶୁଣିପାରନ୍ତି।ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରଣହେବ।

କୁମ୍ଭ
ଆଜି ଆପଣଙ୍କୁ ସହଯୋଗୀମାନଙ୍କ ସାହାଯ୍ୟ ସହଯୋଗ ମିଳିବ। ଆଶା ଆଶଙ୍କାର ଅବସାନ ଘଟିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କର୍ମକ୍ଷେତ୍ରର ଲାଗିରହିଥିବା ମାମଲାରେ ଆପଣଙ୍କ ବିଜୟୀ ହେବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମୀନ
ଆଜି ପାରିବାରିକ ଜୀବନ ସୁଖପ୍ରଦ ହେବ ଜୀବନ ସାଥୀ ସହ ଅଧିକ ସମୟ କାଟିବେ‌। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନଙ୍କୁ ସଫଳତା ମିଳିବ। କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.