Latest Odisha News

ଜାଣନ୍ତୁ ,କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ
ତା ୧୦-୨-୨୦୨୧ରିଖ ବୁଧବାର


ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଫେବୃୟାରୀ ତା ୧୦ ରିଖ ବୁଧବାର ମକର ୨୮ ଦିନ ମାଘ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର
ଆଜିର ଘାତବାର-କର୍କଟ ରାଶିର
ଆଜିର ଘାତ ଚନ୍ଦ୍ର- ସିଂହ ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ- ବିରି ଦ୍ରବ୍ୟ
ଆଜି -ଶିବ ଉପବାସ ବେଢ଼ା ପରିକ୍ରମା

ମେଷ
ଆଜି ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ଅସ୍ଥିରତା ଦେଖାଦେଇପାରେ। ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ। ବିଦ୍ୟାର୍ଥିମାନେ ଶୁଭ ଖବର ଶୁଣିପାରନ୍ତି।

ବୃଷ
ଆଜି ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ, ଧାର୍ମିକ ଆଲୋଚନାରେ ଅଂଶଗ୍ରହଣ କରିବେ ‌। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମନ ଭାରାକ୍ରାନ୍ତ ରହିବ।

ମିଥୁନ
ଆଜି ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ଯୋଗ ରହିଛି। ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନ ଶୀଳା ହେବେ। ବ୍ୟବସାୟ, ପରିବହନ ଦିଗରୁ ଲାଭବାନ୍‌ ହେବେ। ଆଜି କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।

କର୍କଟ
ଆଜି ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ ।

ସିଂହ
ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଶଭଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।

କନ୍ୟା
ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଅଶାନ୍ତି ରହିବ। ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।

ତୁଳା
ଆଜି ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଦେଖାଦେଇପାରେ।

ବିଛା
ଆଜି ବିଭିନ୍ନ ପ୍ରକାର ଚିନ୍ତା ମାନସିକ ଅସ୍ଥିରତା ସୃଷ୍ଟି କରିପାରେ। ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ।

ଧନୁ
ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ‌। ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।

ମକର
ଆଜି ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିଲେ ଉନ୍ନତି ଲାଭ କରିବେ। ସଭାସମିତିରେ ଯୋଗ ଦେଇ ପ୍ରଶଂସନୀୟ ହେବ। ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଆଶ୍ୱସ୍ତି ଅନୁଭବ କରିବେ।

କୁମ୍ଭ
ଆଜି ଆକସ୍ମିକ ଭାବେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି କରିପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଅପ୍ରିୟ କଥାବାର୍ତ୍ତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।

ମୀନ
ଆଜି ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ। ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.