Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ …

ରାଶି ଫଳ                                 

ତା ୧୦-୧୦-୨୦୨୦ ଶନିବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୧୦ ରିଖ ଶନିବାର କନ୍ୟା ୨୫ ଦିନ ଆଶ୍ବିନ ମଳ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର
ଘାତ ବାର-: ବୃଷ,ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ଓ ବିଛା କୁମ୍ଭ ରାଶି ମହିଳାଙ୍କର
ଆଜି: ନଡିଆ ଖାଇବା ନିଷେଧ

ମେଷ :
ଆଜି ଆପଣଙ୍କ ଦୃଢ଼ ମନୋବଳ ଯୋଗୁ ପ୍ରତ୍ୟେକଟି କ୍ଷେତ୍ରରେ ହିଁ ବିଜୟ ଲାଭ କରିବେ । ପାରିବାରିକ
କ୍ଷେତ୍ରରେ ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯତ୍ନ କଲେ ଉପକୃତ ହେବେ । ବନ୍ଧୁଙ୍କ ମିଥ୍ୟାଭିଯୋଗ ସକାଶେ ମାନସିକ ସ୍ତରରେ କ୍ରୋଧାନ୍ୱିତ ହୋଇପାରନ୍ତି। ଗତକାଲି ଠାରୁ ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ।

ବୃଷ :
ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭକରି ଆଶା ପୂରଣ କରିବେ। ନିର୍ମାଣଧୀନ ଆନୁଷ୍ଠାନିକ କାମରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଆଲୋଚନା ପରିସରରେ ଆପଣ ଅନ୍ୟ ମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।

ମିଥୁନ :
ପାରିବାରିକ ସୁଖ ଶାନ୍ତି ମିଳିବ । ଶିଳ୍ପ, ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଶିକ୍ଷା, ପରୀକ୍ଷା, ଇଣ୍ଟରଭ୍ୟୁ ସରକାରୀ ସ୍ତରରେ କାମ ହାସଲରେ କୃତକାର୍ଯ୍ୟ ହେବେ । ଋଣ ପରିଶୋଧ କରିବା ପାଇଁ ଚାପର ବଶବର୍ତ୍ତୀ ହୋଇପାରନ୍ତି।

କର୍କଟ:
ସତର୍କତା ଅଭାବରୁ ଅନ୍ୟ ପାଇଁ ନିଜେ ସମସ୍ୟାଗ୍ରସ୍ତ ହୋଇପଡିବେ। ମତପାର୍ଥକ୍ୟ ଜନିତ ବାକ୍ ବିତଣ୍ଡା ସୃଷ୍ଟି ହେବାର ସୂଚନା ରହିଛି । ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ନିଜ ସାଧନାରେ ସଫଳତା ପାଇବେ ।

ସିଂହ :
କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିବେ । ପାରିବାରିକ ଜୀବନରେ ଖଳଲୋକଙ୍କ କାନକୁହା କଥା ସୁଖ ସନ୍ତୋଷରେ ବାଧା ଉପୁଜାଇବ। ଗୁରୁତ୍ୱପୂର୍ଣ୍ଣ କାମଗୁଡିକ ନିର୍ଦ୍ଦିଷ୍ଟ ସମୟରେ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ । ବ୍ୟବସାୟିକ ଦିଗଟି ବହୁତ ଭଲ ରହିବ।

କନ୍ୟା:
କାର‌୍ୟ୍ୟ ହାସଲ ସହ ଆର୍ଥିକ ଉନ୍ନତି, ଦେଖା ଦେବ । ପାରିବାରିକ କ୍ଷେତ୍ରର କୌଣସି କଥା ମନକୁ ବାରମ୍ବାର ଆଲୋଡିତ କରିପାରେ। ଅର୍ଥ ସମ୍ପର୍କକୁ ନେଇ ପରିବାରରେ ଭାତୃବିବାଦ ଦେଖାଦେଇ ପାରେ। ମହିଳାମାନେ ପ୍ରଶଂସନୀୟ ହେବେ ।

ତୁଳା :
ପୂର୍ବର ସମସ୍ୟା ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖଶାନ୍ତିରେ କଟିବା ସହ କୌଣସି ନୂଆ କାମଟିଏ ଆରମ୍ଭ କରିବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ଯାହାକି ସାମୟିକ ମାନସିକ ଦୁଶ୍ଚିନ୍ତାର କାରଣ ହୋଇପାରେ।

ବିଛା:
କାର୍ଯ୍ୟସିଦ୍ଧି ସହ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ । ଆକସ୍ମିକ ଭାବରେ କୌଣସି ସମସ୍ୟା ହେତୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଉପରିସ୍ଥଙ୍କ କର୍ମଚାରୀଙ୍କ ଆଦେଶାନୁସାରେ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ ।

ଧନୁ :
କର୍ମକ୍ଷେତ୍ରରେ କିମ୍ବା ସଭାସମିତିରେ ଆଲୋଚନା ଅସମାପ୍ତ ରହିପାରେ। ପରୋକ୍ଷ ଶତ୍ରୁତା କାରଣରୁ ପରିସ୍ଥିତିର ଅପମାନଜନକ ସ୍ଥିତି ଉପୁଜିପାରେ । କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ । କୌଣସି କ୍ଷେତ୍ରରେ ସାହାଯ୍ୟ ଓ ଅର୍ଥ ପାଇଁ ବନ୍ଧୁଙ୍କ ହାତକୁ ଚାହିଁ ବସିବେ । କ୍ରୀଡା, କଳା, ସାହିତ୍ୟ କ୍ଷେତ୍ରରେ ସଫଳତା ମିଳିପାରେ।

ମକର:
ଅନିଦ୍ରାଜନିତ ରୋଗର ଶିକାର ହୋଇପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । ଅଂଶୀଦାର ବ୍ୟବସାୟୀମାନଙ୍କ ସହ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ । ଆକସ୍ମିକ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ।

କୁମ୍ଭ :
ସ୍ଥଗିତ ରହିଯାଇଥିବା କେତେକ ପୁରୁଣା ବାକିଆ କାମ ଶେଷ କରିବାକୁ ବାଧ୍ୟ ହେବେ। ପ୍ରିୟଜନଙ୍କ ସାହାଯ୍ୟ ମାଧ୍ୟମରେ ଜମିଜମା ସମ୍ପର୍କି ତ ବିବାଦର ଆଶୁ ସମାଧାନ ହୋଇଯିବ। ନିର୍ମାଣ, ଶିଳ୍ପ, ବାଣିଜ୍ୟାଦିରେ ଶୁଭଫଳ ପାଇବେ। କଳା,ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ରାଦିରେ ସମସ୍ୟା ସମାଧାନ ହୋଇଯିବ।

ମୀନ:
ପ୍ରତ୍ୟେକ କ୍ଷେତ୍ରରେ ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହୋଇପାରନ୍ତି । ବନ୍ଧୁମାନଙ୍କ
ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢାଇ ଦେଇପାରେ । ନିର୍ଦ୍ଦିଷ୍ଟ ସମୟରେ କାମଟି ସମ୍ପୂର୍ଣ୍ଣ ନ ହେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବିଳମ୍ବରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )

Leave A Reply

Your email address will not be published.