Latest Odisha News

BREAKING NEWS

ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ମାମଲା

କୋଭିଡ ସଂକ୍ରମିତ ଥାଇ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟିରେ ଯୋଗ ଦେଇଥିବାରୁ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଏପିଡେମିକ୍ ଆକ୍ଟରେ ଗତକାଲି ମାମଲା ରୁଜୁ କରିଛି ପୁରୀ ପୋଲିସ । ତାଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା ୨୬୯ ଓ ୨୭୦ରେ ମାମଲା ରୁଜୁ ହୋଇଛି ।

ଗତ ସେପ୍ଟେମ୍ବର ୨୭ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ ଉମା ସାମନ୍ତରାୟ । ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ । କିନ୍ତୁ ଗତ ୪ ତାରିଖରେ ପଜିଟିଭ୍ ଥାଇ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟରେ ସେ ସାମିଲ ହୋଇଥିଲେ । ଏନେଇ ପୁରୀ ସମୁଦ୍ରକୂଳ ଥାନାରେ ଜଗନ୍ନାଥ ସେନା ଓ ପୁରୀ ଜିଲ୍ଲା ଯୁବ ବିଜେପି ପକ୍ଷରୁ ଏତଲା ଦିଆଯାଇଥିଲା ।

ସେହିପରି ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ବି ଏତଲା ହୋଇଥିଲା । ସେ ମଧ୍ୟ କରୋନା ସଂକ୍ରମିତ ଥାଇ ମହାରଥୀଙ୍କ ଅନ୍ତେଷ୍ଟିରେ ସାମିଲ ହୋଇଥିଲେ । ସମୀର ଦାସ କହିଥିଲେ, କରୋନା ସଂକ୍ରମିତ ହେବାର ୨୧ ଦିନ ପରେ ଘରୁ ବାହାରିଥିଲେ । ସେ କୋଭିଡ୍ ନିୟମର ଉଲ୍ଲଂଘନ କରି ନାହାନ୍ତି ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ ।

Leave A Reply

Your email address will not be published.