Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ
ତା୧୬-୧-୨୦୨୧ ଶନିବାର

ଆଜି ଦିନର ମହତ୍ତ୍ୱ 
ଆଜି ହେଉଛି ୨୦୨୧ ମସିହା ଜାନୁଆରୀ ତା ୧୬ ରିଖ ଶନିବାର ମକର ୩ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର
ଘାତ ବାର-: ବୃଷ ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର-: ମିଥୁନ ରାଶି ପୁରଷ ଓ ମୀନ ରାଶିର
ଆଜି: ମୂଳା ଖାଇବା ନିଷେଧ

ମେଷ
ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ ।ଭାତୃ ସମ୍ପର୍କ ନିବିଡ ହେବ ।ଦୂର ସ୍ଥାନକୁ ଯାତ୍ରା କରିବେ ,ଯାତ୍ରା ସଫଳ ହେବ ।ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ।ଶତୃମାନେ ପରାଜିତ ହେବେ ।

ବୃଷ
ଦେହ ମନ ସୁସ୍ଥ ରହିବ ।ପୁରାତନ ବନ୍ଧୁ ଗୃହକୁ ଆସିପାରନ୍ତି ।ସାହିତ୍ୟ କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।ବକେୟା ଅର୍ଥ ହସ୍ତଗତ ହେବ ।

ମିଥୁନ
ପ୍ରତେକ କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ ।ମାଲିମକଦ୍ଦମାରେ ଅଧିକ ଖର୍ଚ୍ଚାନ୍ତ ହେବେ । ବ୍ଯବସାୟରେ ସ୍ଥିରତା ରହିବ ନାହିଁ ।ଛାତ୍ରଛାତ୍ରୀମାନେ ଉତ୍ତଶୃଙ୍ଖଳିତ ହେବେ ।ସମସ୍ଯା ଭିତରେ ଗତି କରିବେ ଜଗି ରଖି ଚଳନ୍ତୁ ।

କର୍କଟ
ଧନ ମାନ ସମ୍ମାନ ଐଶୁର୍ଯ୍ଯ ପ୍ରାପ୍ତିର ଯୋଗ ରହିଛି ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁଗ୍ରହ ଲାଭ କରିବେ ।ଚେଷ୍ଟା କରୁଥିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ ।ଦୀର୍ଘ ଦିନର ଆଶା ପୂରଣ ହେବ ।

ସିଂହ
ମାନସିକ ଶାନ୍ତି ମିଳିବ ।ବହୁଦିନର ଆଶା ଅଭିଳାଷ ପୁରଣ ହେବ ।ଦୂର ସ୍ଥାନକୁ ଯାତ୍ରା କରିବେ । ଯାତ୍ରାରେ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ସନ୍ତାନ ମାନଙ୍କ କାର୍ଯ୍ୟ କଳାପ ସନ୍ତୋଷଜନକ ହେବ ।

କନ୍ୟା
ମନ ପ୍ରଫୁଲ୍ଲ ରହିବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ବହୁଦିନର ମନାନ୍ତର ମତାନ୍ତର ଦୂର ହୋଇଯିବ ।ମହିଳାମାନେ ଆଧ୍ୟାତ୍ମିକ ଦିଗରେ ମନୋନିବେଶ କରିବେ ।ପରିବାରରେ ସୁଖ ଶାନ୍ତି ବିରାଜମାନ କରିବ ।

ତୁଳା
କୌଣସି ଅନୁଷ୍ଠାନର ମୁଖ୍ୟ ଭାବରେ ଦାୟିତ୍ଵ ଗ୍ରହଣ କରିବେ ।ସାଂସାରିକ ଜୀବନ ସୁଖମୟ ହେବ ।ବହୁଦିନର ବିବାଦର ସମାଧାନ ହେବ ।ବ୍ଯବସାୟରେ ଆଶାନୁରୂପ ଲାଭବାନ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।

ବିଛା
ବିବାଦୀୟ ଘଟଣାରେ ନିରବତା ଅବଲମ୍ବନ କରନ୍ତୁ ।କର୍ମ କ୍ଷେତ୍ରରେ ବାଦବିବାଦ ଦେଖା ଦେବ ।ଶତୃମାନେ ଚକ୍ରାନ୍ତ କରିବେ ।ଧନ ହାନୀ ପ୍ରାଣ ପୀଡାର ଭଯ ରହିଛି ।ଦୂର ଯାତ୍ରା କରନ୍ତୁ ନାହିଁ ।

ଧନୁ
ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହୋଇପାରନ୍ତି ।ପରିବାରରେ ମତପାର୍ଥକ୍ଯ ଦେଖା ଦେବ ।ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ
ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ବ୍ଯବସାୟରେ ସ୍ଥିରତା ରହିବ ନାହିଁ ।
ମକର
ନିଜର ଉପସ୍ଥିତ ବୁଦ୍ଧି ବଳରେ ସମସ୍ତ ସମସ୍ଯାର ସମାଧାନ କରିବେ ।କର୍ମ କ୍ଷେତ୍ରରେ ପ୍ରଶଂସନୀୟ ହେବେ ।ଦୂର ଯାତ୍ରାର ଯୋଗ ରହିଛି ।ଦେହ ମନ ସୁସ୍ଥ ରହିବ ।ଉତ୍ତମ ଭୋଜନ ମିଳିବ ।ବ୍ଯବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।


କୁମ୍ଭ
ଶତୃମାନେ ପରାଜୟ ହେବେ । ବ୍ଯବସାୟୀମାନେ ଲାଭବାନ ହେବେ ।ଛାତ୍ରଛାତ୍ରୀମାନେ ବିଦ୍ଯାରେ ମନୋନିବେଶ କରିବେ ।ମାଲିମକଦ୍ଦମାରେ ବିଜୟ ଲାଭ କରିବେ ।ପାରିବାରିକ ଜୀବନ ସୁଖମୟ ହେବ ।

ମୀନ
ଗୁପ୍ତ ଶତୃ ଭୟ ମନରେ ଭୟ ଆଶା ଆଶଙ୍କା ସୃଷ୍ଟି କରିବ।ମହିଳାମାନେ ସନ୍ତାନ ସନ୍ତତି ମାନଙ୍କ ପାଇଁ ଚିନ୍ତିତ ରହିବେ । ହଠାତ୍ ଦେହ ମନ ଅସୁସ୍ଥ ହୋଇ ଯାଇପାରେ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଅମନଯୋଗି ହେବେ ।

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ମୋବାଇଲ ନମ୍ବର:୯୪୩୭୨୨୫୪୩୪

Leave A Reply

Your email address will not be published.