Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ…

ରାଶିଫଳ  

ତା ୧୭-୯-୨୦୨୦ ଗୁରୁବାର

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ୱ. 

ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୧୭ରିଖ ଗୁରୁବାର କନ୍ୟା ୨ ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ଅମାବାସ୍ଯା ତିଥି ପୂର୍ବାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର 

 ଘାତ ବାର:- ତୁଳା ଓ କୁମ୍ଭ ରାଶିର   

ଘାତ ଚନ୍ଦ୍ର:- କର୍କଟ ଓ ମକର ରାଶି ପୁରୁଷଙ୍କର 

ଆଜି: ମତ୍ସ୍ଯ ମାଂସ ଖାଇବା ନିଷେଧ

ଆଜି ମହାଳୟା ଶ୍ରାଦ୍ଧ

ମେଷ: ଦେହ ମନ ସୁସ୍ଥ ରହିବ ଓ ଲୋକସମ୍ପର୍କ ବୃଦ୍ଧି ପାଇବ ।ଧନ,ମାନ ସମ୍ମାନର ଅଧିକାରୀ ହେବେ ।ରାଜନୀତି କ୍ଷେତ୍ରରେ ଜନ ସମାଜରେ ପ୍ରଶଂସନୀୟ ହେବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ

ବୃଷ: କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ ।ଶତୃମାନେ ପରାଜୟ ହେବେ ।ମହିଳାମାନେ ନିଜ ପରିବାରରେ ଆଦରଣିୟ ହେବେ ।ଶରୀର ସୁସ୍ଥ ରହିବ ।

ମିଥୁନ: ଯଗିରଖି ଚଳନ୍ତୁ ସାମାନ୍ୟ କଥାକୁ କେନ୍ଦ୍ର କରି ମିତ୍ରମାନଙ୍କ ସହିତ ଯୁକ୍ତିତର୍କ ହୋଇପାରେ । ନିର୍ମାଣଧୀନ କାର୍ଯ୍ଯରେ ବାଧା ବିଘ୍ନ ସୃଷ୍ଟି ହେବ ।ଶାରୀରିକ ପୀଡା ଦେଖା ଦେଇପାରେ ।

କର୍କଟ: ସନ୍ତାନ ସନ୍ତତିମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ ।ବିଚାରଧୀନ ମାଲିମକଦମାରେ ବିଜୟୀ ହେବେ ।ସ୍ଵାଦିଷ୍ଟ ଭୋଜନ ମିଳିବ । ଅର୍ଥାଗମ ହେବ । ବ୍ଯବସାୟରେ ଆଶାନୁରୂପ ଲାଭବାନ ହେବେ

ସିଂହ: ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଶତୃମାନେ ପରାଜିତ ହେବେ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି ।କ୍ରମକ୍ଷେତ୍ରରେ ନୂତନ ପଦପଦବୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ ।

କନ୍ୟା: ପ୍ରତେକଟି କାର୍ଯ୍ୟରେ ସିଦ୍ଧି ଲାଭ କରିବେ ।ଶତୃମାନେ ପରାଜିତ ହେବେ ।ଯଶ ଗୌରବ ବୃଦ୍ଧି ପାଇବ ।ଛାତ୍ରଛାତ୍ରୀମାନେ ବିଦ୍ଯାରେ କ୍ଷେତ୍ରରେ ସଫଳତା ପାଇବେ ।

ତୁଳା: ହଠାତ୍ ଶରୀର ଅସୁସ୍ଥ ହୋଇଯାଇପାରେ ତେଣୁ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ ।ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖା ଦେଇପାରେ ।ବୃଥା ଭ୍ରମଣ ଜନିତ କ୍ଳାନ୍ତି ଅନୁଭବ କରିବେ ।

ବିଛା: ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ । କଳା ସାହିତ୍ୟ ସଙ୍ଗୀତ ଅଭିନୟ କ୍ଷେତ୍ରରେ ସଫଳତା ମିଳିବ ।ପରିବହନ ଜାତୀୟ ବ୍ଯବସାୟରେ ଯଥେଷ୍ଟ ଲାଭବାନ ହେବେ ।

ଧନୁ: ଉତ୍ତମ ବ୍ଯବହାର ଓ ମଧୁର ବଚନ କହି ସମସ୍ତଙ୍କ ପ୍ରିୟ ପାତ୍ର ହେବେ । ମହିଳାମାନେ ଯଗିରଖି ଚଳନ୍ତୁ ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି ।କୌଣସି ନୂତନ ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି ।

ମକର: ପୁରାତନ ବନ୍ଧୁକ ସହିତ ସାକ୍ଷାତ ହେବ ଯାହାଫଳରେ ମନ ଖୁସି ରହିବ ।ନିଜ ଜୀବନ ସାଥୀର ସାହାଯ୍ୟ ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ନିମନ୍ତେ ବିଦେଶ ଯାତ୍ରା କରିବେ ।

କୁମ୍ଭ: ଅର୍ଥ ହାନୀ କାର୍ଯ୍ୟରେ ବ୍ୟାଘାତ ମନକୁ ଭାରାକ୍ରାନ୍ତ କରାଇବ ।ଯାନବାହନ ଚାଳନାରେ ସର୍ତକତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ମହିଳାମାନେ ବିନା ଦୋଷରେ ଦୋଷି ସାବ୍ଯସ୍ତ ହେବେ ତେଣୁ ଜଗିରଖି ଚଳନ୍ତୁ ।

ମୀନ: ଗୁରୁଜନମାନଙ୍କ ସ୍ନେହ ଆଶୀର୍ବାଦ ଲାଭ କରିବେ ।ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ଯକୁ ସମ୍ପୁର୍ଣ୍ଣ କରିବେ ।ଜମିଜମା ଜାତୀୟ ବ୍ଯବସାୟରେ ଲାଭବାନ ହେବେ ।ଶତୃମାନେ ପରାଜିତ ହେବେ ।

Leave A Reply

Your email address will not be published.