Latest Odisha News

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  

ତା୨୨-୧୧-୨୦୨୦ ରବିବାର

ଆଜି ଦିନର ମହତ୍ତ୍ୱ. 

ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୨ ରିଖ ରବିବାର ବିଛା ୭ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର  

 ଘାତ ବାର-: ମେଷ ରାଶିର

ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷ ଓ ମୀନ ରାଶିର

 ଆଜି: ନଡ଼ିଆ ଖାଇବା ନିଷେଧ   

ଆଜି-ଗୋଷ୍ଠାଷ୍ଟମୀ

ମେଷ :  ମାନସିକ ଅଶାନ୍ତି ଓ ପାରିବାରିକ କଳହ ଦେଖା ଦେବ ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଖୁସି ରହିବ ।ମହିଳାମାନେ ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।ବିବାଦୀୟ ଘଟଣାରେ ନିରବତା ଅବଲମ୍ବନ କରନ୍ତୁ ।

ବୃଷ :  ଗୁପ୍ତ ଶତୃ ଭୟ ମନକୁ ବ୍ୟତିବସ୍ତ କରାଇବ ।କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ସାହାଯ୍ୟ ସହାନୁଭୂତି ପାଇବେ ନାହିଁ ।ଅପ୍ରିୟ କଥାବାର୍ତ୍ତା କରନ୍ତୁ ନାହିଁ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।

ମିଥୁନ : ପ୍ରତେକଟି ଦିଗରୁ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟ ଆପଣଙ୍କୁ ଆନନ୍ଦ ପ୍ରଦାନ କରିବ ।ବ୍ଯବସାୟୀମାନେ ବ୍ଯବସାୟରେ ଲାଭବାନ ହେବେ ।ମହିଳାମାନେ ଶାନ୍ତି ଅନୁଭବ କରିବେ

କର୍କଟ : ମାଲିମକଦମାରେ ବିଜୟୀ ହେବେ ।ପୂର୍ବର ଶତୃମାନେ ପରାଜିତ ହେବେ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ।ରାଜନୀତିଜ୍ଞମାନେ ପ୍ରଶଂସନୀୟ ହେବେ ।

ସିଂହ: ପ୍ରତେକଟି କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେଇପାରେ ।ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରହନ୍ତୁ ।ଗୃହ ବିବାଦ ଭାତୃ ସମ୍ପର୍କକୁ ନେଇ ଚିନ୍ତିତ ହେବେ ।ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ନାହିଁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।

କନ୍ୟା : ଶରୀର ଅସୁସ୍ଥ ଓ ମନ ଅସ୍ଥିର ରହିବ ।ପ୍ରତ୍ୟେକ କ୍ଷେତ୍ରରେ ବିଫଳତା ଓ ବାଦବିବାଦ ଦେଖା ଦେବ ।ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ଅମନ ଯୋଗି ହେବେ ।

ତୁଳା :  ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ ।ପାରିବାରିକ ଜୀବନ ସୁଖମୟ ହେବ ।ସ୍ଵାଦିଷ୍ଟ ଭୋଜନ ମିଳିବ ଓ ସଞ୍ଚିତ ଅର୍ଥ ବୃଦ୍ଧି ପାଇବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆଶାନୁରୂପ ଲାଭବାନ ହେବେ ।ମହିଳାମାନେ ଯଶସ୍ବୀ ହେବେ ।

ବିଛା : ନିଜ ଲୋକମାନଙ୍କ ସହ ହସ ଖୁସିରେ ଦିନଟି କଟାଇବେ ।କାର୍ଯ୍ୟ କ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ପାଇବ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।ଧନ ଜନ ମାନ ସମ୍ମାନ ଏସବୁର ଅଧିକାରୀ ହେବେ ।ଲକ୍ଷ୍ୟ ସ୍ଥଳରେ ନିର୍ବିଘ୍ନରେ ପହଞ୍ଚିବେ ।ଯାନବାହନ ଲାଭ ହେବ ।

ଧନୁ: ବିବାଦୀୟ ଘଟଣାରେ ବିଜୟୀ ହେବେ ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ ହେବ ।ଶରୀରର ସୁସ୍ଥ ରହିବ ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ।ମହିଳାମାନେ ଅପମାନିତ ସମାଲୋଚିତ ହେବେ।

ମକର:ପାରିବାରିକ ସମ୍ପର୍କରେ ଭୁଲ ବୁଝାମଣା ଦେଖା ଦେବ ।ମହିଳାମାନେ ପରିବାରରେ ଚିନ୍ତିତ ହେବେ । ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ ଯାତ୍ରା କଷ୍ଟ ଦାୟକ ହେବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ ।ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।

କୁମ୍ଭ: ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ ।ଯୋଜନାନୁଯାୟୀ କାମ କରି ସେଥିରେ ସଫଳତା ପାଇବେ ।ବନ୍ଧୁ ଦର୍ଶନର ସୁଯୋଗ ରହିଛି ।ପ୍ରେମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ବ୍ଯବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।

ମୀନ :ଅପ୍ରିୟ ସତ୍ୟ କଥା କହି ଦୋଷି ସାବ୍ଯସ୍ତ ହୋଇପାରନ୍ତି ।ମହିଳାମାନେ ପ୍ରତ୍ୟେକଟି କାର୍ଯ୍ଯରେ ସଫଳତା ଲାଭ କରିବେ ।ଶରୀରର ଯେକୌଣସି ଅଙ୍ଗରେ ଆଘାତ ଲାଗି ପାରେ ।ଛାତ୍ରଛାତ୍ରୀମାନେ ତ୍ସୃଖଳିତ ହେବେ । ବ୍ଯବସାୟରେ ସ୍ଥିରତା ରହିବଆଶାନୁରୂପ ଲାଭବାନ ହେବେ ।

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର,

Comments are closed.