Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ  

ତା୨୩-୧୦-୨୦୨୦ ଶୁକ୍ରବାର

ଆଜି ଦିନର ମହତ୍ତ୍ୱ 

ଆଜି ୨୦୨୦ମସିହା ଅକ୍ଟୋବର ତା ୨୩ ରିଖ ଶୁକ୍ରବାର ତୁଳା ୭ ଦିନ ଆଶ୍ବିନ ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ଉତ୍ତରା ଷାଢା ନକ୍ଷତ୍ର ମକର ଚନ୍ଦ୍ର 

ଘାତ ବାର :-ବିଛା ଧନୁ ଓ ମୀନ ରାଶିର 

 ଘାତ ଚନ୍ଦ୍ର:-ସିଂହ ରାଶି ପୁରୁଷଙ୍କର 

ନିଷେଧ ଖାଦ୍ୟ:- ନଡିଆ

ମେଷ: ସାମାନ୍ୟ କଥାକୁ କେନ୍ଦ୍ରକରି ସମସ୍ୟା ସୃଷ୍ଟି ହୋଇପାରେ । ଟେନସନ ଲାଗି ରହିବା କାରଣରୁ କାମ କରିବାକୁ ଆଦୌ ଇଚ୍ଛା ହେବନାହିଁ କିମ୍ବା ବିଭିନ୍ନ ଝାମେଲା ମଧ୍ୟରେ ଅଶାନ୍ତ ରହିପାରନ୍ତି। ବ୍ୟବସାୟ କ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇବେ ।

ବୃଷ: କୌଣସି ସମ୍ପର୍କୀୟ ମହିଳାଙ୍କ ସାହାଯ୍ୟରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାଧନ କରିବେ। ଆଣ୍ଠୁ ଗଣ୍ଠିରେ ପୀଡା ଦେଖାଦେବ । ରାଜନୀତି ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଶୁଭ ଫଳ ପାଇବେ । ମହିଳାମାନେ ପ୍ରଶଂସନୀୟ ହେବେ ।

ମିଥୁନ :ଆଜି ପ୍ରତ୍ୟେକ ପରିସ୍ଥିତିକୁ ସଜାଡ଼ି ନେଇପାରିବେ। ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି, ଆପଣଙ୍କ ଚେଷ୍ଟା କଦାପି ନିଷ୍ଫଳ ହେବନାହିଁ। ଭାଇ, ପଡ଼ୋଶୀଙ୍କ ସହ ଆଲୋଚନା ଫଳପ୍ରଦ ହେବ। କଳା,ସାହିତ୍ୟ ଓ କ୍ରୀଡ଼ା ମନୋରଞ୍ଜନ ସହ ନିର୍ମାାଣାଧୀନ କାମ ଓ ଆନୁଷ୍ଠାନିକ କ୍ଷେତ୍ରରେ ଅଗ୍ରଗତି ଘଟିବ।

କର୍କଟ: ଦିନଟି ବହୁତ ବଢ଼ିଆ ଯାହା ଆଶା କରୁଛନ୍ତି, ତାହା ଅବଶ୍ୟ ସମ୍ପନ୍ନ ହୋଇପାରିବ। ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବା ସକାଶେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀ ରାଗିଲେ ମଧ୍ୟ ଟିକିଏ ନୀରବ ରହିଯିବା ଭଲ।

ସିଂହ: ପ୍ରତ୍ୟେକ କାମ ସଂଘର୍ଷ ଓ ସମସ୍ୟା ମଧ୍ୟ ଦେଇ ହାସଲ କରିବେ ଅବଶ୍ୟ ପ୍ରତ୍ୟେକ ସ୍ତରରୁ ସାହାଯ୍ୟ, ସହଯୋଗ ମିଳିବ କୌଣସି ଜରୁରୀ କାମରେ ହଠାତ୍‌ ବାହାରକୁ ଯିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ।

କନ୍ୟା: ବିଶେଷ ଅସୁବିଧା ନ ହେଲେ ମଧ୍ୟ ନିଜ ଲୋକମାନଙ୍କ ବିରୁଦ୍ଧାଚରଣ ମନକୁ ବେଶି ବାଧିବ। ଗତକାଲିଠାରୁ ଆପଣ ଯେଉଁଥି ପାଇଁ ଚିନ୍ତିତ ରହିଛନ୍ତି ସେଥିରେ ସଫଳତା ଅବଶ୍ୟ ପାଇବେ। ପାରିବାରିକ ପରିସ୍ଥିତି ଗମ୍ଭୀର ରହିବ ଏଣୁ ଭାବିଚିନ୍ତି କାମ କରିବା ଭଲ ହେବ।

ତୁଳା: ଅର୍ଥନୈତିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ସଫଳତା ମିଳିବ । ଆଜି ପ୍ରତ୍ୟେକ ପ୍ରକାରର ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ ଓ ପ୍ରଶଂସା ଲାଭ କରିବେ। କୌଣସି ଖବର ପାଇ ଆଶ୍ଚର୍ଯ୍ୟ ପ୍ରକାଶ କରିପାରନ୍ତି। ସରକାରୀ ଉଚ୍ଚ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଠାରୁ ଉପକୃତ ହେବ।

ବିଛା: ଅଯଥା ରାଗ କିମ୍ବା ଅଭିମାନ କରନ୍ତୁ୍‌ ନାହିଁ ସବୁ ସମୟରେ ଅଯଥା ଗୁଡ଼ିଏ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ସାମାଜିକ, ରାଜନୈତିକ କାର୍ଯ୍ୟରେ ଯୋଗଦେଇପାରନ୍ତି। ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ ଅତିବାହିତ କରିବେ।

ଧନୁ: ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବା ସାଙ୍ଗକୁ ମନର ବଳ ଖୁବ୍‌ ଟାଣ ରହିବ। କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ଆର୍ଥିକ ଦିଗରୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।

ମକର :ମାନସିକ ଅସ୍ଥିରତା କ୍ରମଶଃ ଦୂରେଇଯାଇ ମୁହଁରେ ହସ ଫୁଟି ଉଠିବ। ଆଶା ଓ ଭରସାକୁ ନେଇ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା କରିପାରନ୍ତି। ଯାତ୍ରା କଲାବେଳେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ । ଆନୁଷ୍ଠାନିକ କାମରୁ ଖୁସି ରହିବେ ଏବଂ ପ୍ରଶଂସିତ ମଧ୍ୟ ହେବେ।

କୁମ୍ଭ: ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ। ପାରିବାରିକ ସମସ୍ୟା କିମ୍ବା କଳହ ସାଙ୍ଗକୁ ଧନହାନି ଘଟାଇପାରେ। ପାରିବାରିକ ଭାବପ୍ରବଣତା ଆପଣଙ୍କୁ କେତେମାତ୍ରାରେ ବିବ୍ରତ କରିବ।

ମୀନ: ବନ୍ଧୁମାନଙ୍କ ସହ ଦୂର ଯାତ୍ରା କରିପାରନ୍ତି। କଳା ଓ ସାହିତ୍ୟ ତଥା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ। ରାଜନୀତି, ସରକାରୀ କାମ, ପ୍ରଶାସନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ବ୍ୟବସାୟିକ ସ୍ଥିତି ପୂର୍ବପରି ରହିବ ।

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର , ମୋବାଇଲ:9437225434

Leave A Reply

Your email address will not be published.