Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ
ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ମାର୍ଚ୍ଚ ୨୪ ତାରିଖ ବୁଧବାର ମୀନ ୧୧ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ପୂଷ୍ଯା ନକ୍ଷତ୍ର କର୍କଟ ଚନ୍ଦ୍ର
ଆଜିର ଘାତ ବାର- କର୍କଟ ରାଶିର
ଆଜିର ନିଷେଧ ଖାଦ୍ୟ-*କଳମ୍ଵି ଶାଗ *
*ଆଜି-ଫଗୁ ଦଶମୀ

*ମେଷ *
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି ଚଳନ୍ତୁ। ନିଜ ଜୀବନ ସାଥୀ ସହ ମନାନ୍ତର ମତାନ୍ତର ଦେଖାଦେଇପାରେ। ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।

*ବୃଷ *
ଆଜି ବାଲ୍ୟ ବନ୍ଧୁ ସହିତ ଯୋଗାଯୋଗ ହେବ। ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।

*ମିଥୁନ*
ଆଜି ଆପଣଙ୍କୁ ସୁସ୍ବାଦୁ ଭୋଜନ ମିଳିବ। ପାରିବାରିକ ଜୀବନରେ ସୁଖ ଶାନ୍ତି ରହିବ ‌। ଆଶା କରୁଥିବା ଦିଗରୁ ଅର୍ଥ ମାନ ସମ୍ମାନ ପ୍ରତିଷ୍ଠା ମିଳିବ। ପୂର୍ବରୁ ଲାଗି ରହିଥିବା ବିବାଦ ସମାଧାନ ହୋଇଯିବ। ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

*କର୍କଟ *
ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ଜଗିରଖି ଚଳନ୍ତୁ ଶାରୀରିକ ମାନସିକ ପାରିବାରିକ ଜୀବନରେ ସମସ୍ଯା ଦେଖାଦେଇପାରେ। ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିବାକୁ ପଡିପାରେ ।

*ସିଂହ *
ଆଜି ଆପଣ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି, ଯାତ୍ରା ଶୁଭ ପ୍ରଦ ହେବ। କ୍ରୀଡା କ୍ଷେତ୍ରରେ ସଫଳତା ହାସଲ କରିବେ । ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ।ଆୟ ବୃଦ୍ଧି ଘଟିବ, ମନ ପ୍ରସନ୍ନ ରହିବ।

କନ୍ୟା
ଆଜି ଆପଣଙ୍କର ମନ ଭାରାକ୍ରାନ୍ତ ରହିବ। ପରିବାର ମଧ୍ୟରେ ଭୁଲ ବୁଝାମଣା ଯୋଗୁ ଭାତୃ ସମ୍ପର୍କରେ ବିରୋଧ ଦେଖାଦେଇପାରେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ସେତେ ଶୁଭ ପ୍ରଦ ହେବ ନାହିଁ ।

*ତୁଳା *
ଆଜି ଆପଣ ସମସ୍ତ ଦିଗରେ ସଫଳତା ହାସଲ କରିବେ। ଆଇନଗତ କେସ୍ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। କର୍ମକ୍ଷେତ୍ରର ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ ।

*ବିଛା *
ଆଜି କୌଣସି ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। ପିତା ମାତାଙ୍କ ଶାରିରୀକ ଅସୁସ୍ଥତା ପାଇଁ ଚିନ୍ତିତ ରହିବେ। ଜମିବାଡ଼ି ସମ୍ପର୍କିତ ସମସ୍ୟାର ସମାଧାନ ଦିଗରେ ବିଳମ୍ବ ହୋଇପାରେ।

*ଧନୁ *
ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ। ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

*ମକର*
ଆଜି ଆପଣଙ୍କ ଆତ୍ମବିଶ୍ୱାସ କର୍ତ୍ତବ୍ୟ ନିଷ୍ଠା ସମସ୍ତ ଦିଗରେ ସଫଳତା ଆଣି ଦେବ। ମହିଳାମାନେ ଆଶା କରୁଥିବା ସୁବିଧା ସୁଯୋଗ ପାଇ ଆନନ୍ଦିତ ହେବେ। ଶରୀର ସୁସ୍ଥ ରହିବ। ଭାବପ୍ରବଣତା ନହୋଇ କାର୍ଯ୍ୟ କରନ୍ତୁ ନଚେତ୍ ବାଧ ବିଘ୍ନର ସମ୍ମୁଖୀନ ହୋଇପାରନ୍ତି ।*

*କୁମ୍ଭ *
ଆଜି ଆପଣଙ୍କ ହଜିଯାଇଥିବା କୋୖଣସି ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

*ମୀନ *
ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗ ପାଇ ଆନନ୍ଦିତ ହେବେ ‌।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.