Latest Odisha News

BREAKING NEWS

ଜାଣନ୍ତୁ , କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ
ତା୨୫-୧-୨୦୨୧ ରିଖ ସୋମବାର

ଆଜିର ମହତ୍ତ୍ଵ
ଆଜି ୨୦୨୧ ମସିହା ଜାନୁଆରୀ ତା ୨୫ ରିଖ ସୋମବାର ମକର ୧୨ ଦିନ ପୌଷ ମାସ ଶୁଳ୍କ ପକ୍ଷ ଦ୍ୱାଦଶୀ ତିଥି ମୃଗଶିରା ନକ୍ଷତ୍ର ବୃଷ ଚନ୍ଦ୍ର
ଘାତ ବାର-: ମିଥୁନ ରାଶିର
ଘାତ ଚନ୍ଦ୍ର-: ବିଛା ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ-: ପୋଇ

ମେଷ
ଆଜି ଆପଣଙ୍କର ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ କାର୍ଯ୍ୟ କରି ପ୍ରଶଂସନୀୟ ହେବେ। ମହିଳା ମାନେ ବାଟରେ ହଠାତ୍‌ ମୂଲ୍ୟବାନ ଦ୍ରବ୍ୟ ପାଇ ପାରିବେ। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।

ବୃଷ
ଆଜି ପ୍ରତ୍ୟେକ ପରିସ୍ଥିତିକୁ ଚତୁରତାର ସହ ସମାଧାନ କରିବେ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗରେ ମନୋନିବେଶ କରିବେ।କଳା, ସାହିତ୍ୟ ଓ ସଭା ସମିତିରେ ଦୀକ୍ଷିତ ସମ୍ଭାସଣ ଦେଇ ପ୍ରଶଂସନୀୟ ହେବେ।

ମିଥୁନ
ଆଜି ବିଳମ୍ବିତ ସମୟରେ ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ପଡି ପାରନ୍ତି।

କର୍କଟ
ମାନସିକ ଅସ୍ଥିରତା ସଙ୍ଗକୁ କଡ଼ା ମିଜାଜର କଥା ପରିସ୍ଥିତିକୁ ସଙ୍ଗିନ କରିଦେଇପାରେ। ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ନିକଟ ଅତୀତର ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ। କଥା ଦେଇଥିବା ବନ୍ଧୁ ଠିକ୍‌ ସମୟରେ ସାହାଯ୍ୟ ସହଯୋଗ କରିବେ ନାହିଁ।

ସିଂହ
ଆଜି ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ କାମ ହାସଲ କରିବେ । ପରିବାର ମଧ୍ୟରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‌ନା କରି ନ ପାରି ବ୍ୟସ୍ତ ବିବ୍ରତ ହେବେ । ପଡୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ବିଳମ୍ବ ହେଲେ ମଧ୍ୟ ଶେଷକୁ କରିବାରେ ବିଶେଷ ଅସୁବିଧା ହେବ ।

କନ୍ୟା
ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ପ୍ରଦ ହେବ। ମହିଳା ମାନେ ଗୃହ କର୍ମରେ ପ୍ରଶଂସନୀୟା ହେବେ। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ ‌। ଯାନବାହାନ ଚଳାଚଳରେ ସତର୍କତା ଅବଲମ୍ବନ କରନ୍ତୁ ‌।

ତୁଳା
ଆଜି ଅଧିକାଂଶ କ୍ଷେତ୍ରରେ ବିଚାର ବିଗିଡି ଯାଉଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ଆର୍ଥିକ ଚିନ୍ତା ଦୂର ହୋଇଯିବ ‌। ଗତକାଲି ଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ ସଫଳତା ହାସଲ କରିବେ। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଂଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ବିଛା
ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହେବ। ପାରିବାରିକ କ୍ଷେତ୍ରରେ ମନୋମାଳିନ ଦେଖାଦେଇପାରେ ‌ ପ୍ରତ୍ୟେକ କ୍ଷେତ୍ରରେ ମାପିଚୁପି ଚଳିବା ଭଲ, ନତୁବା ଆକସ୍ମିକ ଭାବରେ କଳହ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।

ଧନୁ
ଆଜି ଆପଣ ସାମାଜିକ ପ୍ରତିଷ୍ଠା ସହ ପ୍ରତ୍ୟେକ ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ । ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ଚେଷ୍ଟା କରି ସଫଳ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ମହିଳାମାନେ ଜଗିରଖି ଚଳନ୍ତୁ ଦାମ୍ପତ୍ୟ ଜୀବନର କଳହ ଲାଗିପାରେ।

ମକର
ଆଜି ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ଦିଗରେ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ଖୁବ୍ ଭଲ ରହିବ। କର୍ମକ୍ଷେତ୍ରରେ ସଫଳତାର ସହିତ କାର୍ଯ୍ୟ କରି ପ୍ରଶଂସନୀୟ ହେବେ।

କୁମ୍ଭ
ଆଜି ଯାହା ପାଇବା ପାଇଁ ଆଶା ରଖିଛନ୍ତି ଅକସ୍ମାତ ପାଇବେ। ସନ୍ତାନ ସନ୍ତତିଙ୍କ କାର୍ଯ୍ୟ କଳାକୁ ନେଇ ଦୁଃଖ ପ୍ରକାଶ କରିପାରନ୍ତି। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ।

ମୀନ
ଆଜି ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ ।ଧନୁ ମାନ ସମ୍ମାନ ପ୍ରତିଷ୍ଠା ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ମହିଳାମାନେ ଅନିଚ୍ଛାକୃତ ଭାବେ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ ‌।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.