Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ  

ତା୨୮-୯-୨୦୨୦ ସୋମବାର

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର 

ମୋବାଇଲ ନମ୍ବର :୯୪୩୭୨୨୫୪୩୪

ଆଜି ଦିନର ମହତ୍ତ୍ୱ. 

ଆଜି ହେଉଛି ୨୦୨୦ ମସିହା ସେପ୍ଟେମ୍ବର ତା ୨୮ ରିଖ ସୋମବାର କନ୍ୟା ୧୩ ଦିନ ଆଶ୍ବିନ ମଳ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଦିନ ୯ଟା ୪୪ ମିନିଟ୍ ପର୍ଯ୍ୟନ୍ତ ଏହା ପରେ ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଭୋଗ ହେବ 

 ଘାତ ବାର-: ମିଥୁନ ରାଶିର      

ଘାତ ଚନ୍ଦ୍ର:- ମିଥୁନ ରାଶି ପୁରୁଷ ଓ ମୀନ ରାଶିର             

ଆଜି: ପୋଇ ଖାଇବା ନିଷେଧ

ମେଷ : କର୍ମ କ୍ଷେତ୍ରରେ ବାଦ ବିବାଦର ସମ୍ମୁଖୀନ ହେବେ ।ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଅସଫଳତା ଲାଭ କରିବେ ।ଗ୍ରାହ୍ଯସ୍ଥ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ଖଚ୍ଚର୍ ପରିମାଣ ବୃଦ୍ଧି ପାଇବ ।ଯାତ୍ରା ଜନିତ ପୀଡା ଅନୁଭବ କରିବେ ।

ବୃଷ :  ଦେହ ମନ ସୁସ୍ଥ ରହିବ ।ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ।ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିବେ ।ନିଜର ଜୀବନ ସାଥୀ ପୂର୍ଣ୍ଣ ସହଯୋଗ କରିବ ।ଛାତ୍ରଛାତ୍ରୀମାନେ ବିଦ୍ଯାରେ ସଫଳତା ପାଇବେ ।ଶତୃମାନେ ପରାଜିତ ହେବେ ।

ମିଥୁନ : ବହୁଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ସ୍ଵାଦିଷ୍ଟ ଭୋଜନ ମିଳିବ ।ଭାତୃ ବିବାଦ ପାରିବାରିକ ଅଶାନ୍ତି ଦୂରେଇ ଯିବ ।ମହିଳାମାନେ ଗୃହ କାର୍ଯ୍ୟରେ ପ୍ରଶଂସନୀୟା ହେବେ ।ଆୟ ବୃଦ୍ଧି ଘଟିବ ।ଦୂର ସ୍ଥାନକୁ ଯାତ୍ରା କରିବେ ।

କର୍କଟ : ଶାରୀରିକ ଓ ମାନସିକ ପୀଡା ଦେଖା ଦେବ । ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।କୌଣସି ବ୍ୟକ୍ତି ଅସମ୍ମାନିତ କରିପାରେ ।ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେବ ।ବ୍ଯବସାୟରେ ଆଶାନୁରୂପ ସଫଳତା ପାଇବେ ନାହିଁ ।

ସିଂହ:ଯଗିରଖି ଚଳନ୍ତୁ ନଚେତ୍ ଅସୁବିଧା ପଡିପାରନ୍ତି ।ଆଶା ଆଶଙ୍କା ଦେଇ ଗତି କରିବେ ।ନିଜର ଲୋକମାନେବିରୁଦ୍ଧାଚରଣ କରିବେ ।ପରିବାରରେ ମତପାର୍ଥକ୍ଯ ଦେଖା ଦେବ ।ବ୍ଯବସାୟରେ ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ରହିଛି। ।ଶତୃମାନେ ଚକ୍ରାନ୍ତ କରିବେ ।

କନ୍ୟା : ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ ।ଆର୍ଥିକ ଅଭିବୃଦ୍ଧି ଘଟିବ ।ପାରିବାରିକ ଜୀବନରେ ସୁଖ ଶାନ୍ତି ବିରାଜମାନ କରିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।ଲୋକସମ୍ପର୍କ ବୃଦ୍ଧି ପାଇବ ।ନୂତନ ଗୃହ ବା ଭୂମି କ୍ରୟ କରିବେ ।

ତୁଳା :   ମନ ନିର୍ମଳ ରହିବ ଦେହ ମନ ସୁସ୍ଥ ରହିବ ।ପ୍ରତ୍ୟେକ ଦିଗରୁ ଶୁଭ ଫଳ ପାଇବ ।ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ଆୟ ବୃଦ୍ଧି ଘଟିବ । ଛାତ୍ରଛାତ୍ରୀମାନେବିଦ୍ଯାରେ ଖ୍ଯାତି ଅର୍ଜନ କରିବେ ।

ବିଛା : ସ୍ଥିରତା ଅବଲମ୍ବନ କରନ୍ତୁ ।କର୍ମ କ୍ଷେତ୍ରରେ ବାଦବିବାଦ ଦେଖା ଦେବ।ପାରିବାରିକ ସମସ୍ଯା ମନକୁ ଭାରାକ୍ରାନ୍ତ କରାଇବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ନାହିଁ । ଶାରୀରିକ ପୀଡା ଅନୁଭବ କରିବେ ।

ଧନୁ: ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ମହିଳାମାନେ ଅପମାନିତ ସମାଲୋଚିତ ହେବେ ।ଶତୃମାନେ ଚକ୍ରାନ୍ତ କରିବେ ।ନିର୍ମାଣଧୀନ କାର୍ଯ୍ୟରେ ବାଧା ବିଘ୍ନ ଦେଖାଦେବ।

ମକର : ଆଜି ଦିନଟି ସମ୍ପୁର୍ଣ୍ଣ ଭଲ କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ । ଶତୃମାନେ ପରାଜୟ ହେବେ ।ଆୟ ବୃଦ୍ଧି ଘଟିବ । ବ୍ଯବସାୟୀମାନେ ଲାଭବାନ ହେବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସଫଳତା ପାଇବେ ।

କୁମ୍ଭ: ଯଗି ରଖି ଚଳନ୍ତୁ ପରିବାରରେ ମତ ପାର୍ଥକ୍ୟ ଦେଖା ଦେବ ।ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।କର୍ମ କ୍ଷେତ୍ରରେ ନାନାପ୍ରକାର ସମସ୍ଯା ଦେଖା ଦେବ ।ନିଜର ଲୋକମାନେ ବିରୁଦ୍ଧାଚରଣ କରିବେ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି ।

ମୀନ :ମାନ ସମ୍ମାନ ଯଶ ଗୌରବର ଅଧିକାରୀ ହେବେ ।ଧନ ଓ ବସ୍ତ୍ର ଲାଭ ହେବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳତା ଲାଭ କରିବେ ।ଶତୃମାନେ ପରାଜିତ ହେବେ ।

Leave A Reply

Your email address will not be published.