Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ 

ତା୩୦-୮-୨୦୨୦ ରବିବାର

ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ୱ. 

ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ମାସ ତା ୩୦ ରିଖ ରବିବାର ସିଂହ ୧୫ଦିନ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ଭୁକ୍ତ ତ୍ରୟୋଦଶୀ ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର  

 ଘାତ ବାର :- ମେଷ ରାଶିର   

 ଘାତ ଚନ୍ଦ୍ର :- ସିଂହ ରାଶି ପୁରୁଷଙ୍କର 

ଆଜି: ପୋଇ ଓ ବାଇଗଣ ଖାଇବା ନିଷେଧ 

ମେଷ :-

ପାରିବାରିକ ଜୀବନରେ ସୁଖଶାନ୍ତି ବିରାଜମାନ କରିବ ।ପିତା ମାତା ଗୁରୁଜନମାନଙ୍କର ସ୍ନେହ ଆଶୀର୍ବାଦ ଲାଭ କରିବେ । ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ସନ୍ତୋଷଜନକ ମିଳିବ ।

ବୃଷ :-

ପୂର୍ବର ସମସ୍ଯା ଓ ପ୍ରତିବନ୍ଧକ ଦୂର ହେବ ।ଶତୃମାନେ ପରାଜିତ ହେବେ ।ଦେହ ମନ ସୁସ୍ଥ ରହିବ ।ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ ।କ୍ରମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ବିଶ୍ବାସ ଭାଜନ ହେବେ ।

ମିଥୁନ :-

ଧିର ସ୍ଥିର ଭାବରେ କାର୍ଯ୍ୟ କରନ୍ତୁ ନଚେତ୍ ବିପଦରେ ପଡିବେ । ଆୟ ଅପେକ୍ଷା ବ୍ଯୟ ଅଧିକ ହେବ ।ମାଲିମକଦମାର ସମ୍ଭାବନା ଅଛି ।ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟକୁନେଇ ଚିନ୍ତିତ ହେବେ।ବ୍ଯବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।

କର୍କଟ :-

ଜଗିରଖି ଚଳନ୍ତୁ ନଚେତ୍ ଅସୁବିଧା ଦେଖା ଦେଇପାରେ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଅସଫଳତା ଲାଭ କରିବେ ।ମାନସିକ ଅସ୍ଥିରତା ଦେଖା ଦେବ ।

ସିଂହ :-

ଆଜି ଅର୍ଥ ମାନ ସମ୍ମାନ ପ୍ରତିଷ୍ଠା ସୌଭାଗ୍ଯ ପ୍ରାପ୍ତି ହେବ । ବ୍ଯବସାୟୀମାନେ ଲାଭବାନ ହେବେ ।ଦୂର ଯାତ୍ରାର ଯୋଗ ରହିଛି ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।

କନ୍ୟା :-

କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ।ଛୋଟ ଛୋଟ କଥାକୁ ନେଇ ବାଦବିବାଦ ଦେଖା ଦେଇପାରେ ।ଶତୃମାନେ ଚକ୍ରାନ୍ତ କରିବେ ।ଧନ ହାନୀ ପ୍ରାଣ ପୀଡା ବୃଥା ଅପବାଦର ଭୟ ରହିଛି ।ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ଅଛି ।

ତୁଳା :-

ଆଜି ଆପଣଙ୍କୁ ସଫଳତା ମିଳିବ ।ଆଶା କରୁଥିବା ଦିଗରୁ ଶୁଭ ଫଳ ପାଇବେ ।ମାଲିମକଦମାରେ ବିଜୟ ଲାଭ କରିବେ ।ଶତୃମାନେ ପରାଜିତ ହେବେ ।ନୂତନ ଗୃହ ବା ଭୂମି ଲାଭର ଯୋଗ ରହିଛି ।

ବିଛା :-

ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ପାରିବାରିକ ଜୀବନରେ ବାଦ ବିବାଦ ଦେଖା ଦେବ ।ଆଳସ୍ଯ ଓ ଅବହେଳା ରୁ ଦୋଷି ସାବ୍ଯସ୍ତ ହୋଇପାରନ୍ତି ।ମିତ୍ରମାନେ ପରୋକ୍ଷରେ ଶତୃତା ଆଚରଣ କରିବେ ।

ଧନୁ :-

ଅପେକ୍ଷାରତ ଶୁଭ ଖବରଟି ପାଇ ଖୁସି ହେବେ ।ପ୍ରଶାସନିକ କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ମିଳିବ ।ଜୀବନସାଥୀର ଉତ୍ସାହ ପ୍ରେରଣା ମନବଳକୁ ଦ୍ବିଗୁଣିତ କରିବ ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।

ମକର :-

ପରିବାରରେ ସୁସମ୍ପର୍କ ପୂର୍ବପରି ଅତୁଟ ରହିବ ।ପ୍ରେମ ପ୍ରଣୟ ଦିଗରେ ସଫଳତା ଲାଭ କରିବେ ।ବିଦ୍ଯାର୍ଥୀ ମାନେ ବିଦ୍ଯାରେ ସୁନାମ ଅର୍ଜନ କରିବେ ।ବନ୍ଧୁ ମିଳନର ଯୋଗ ରହିଛି ।ସ୍ଵାଦିଷ୍ଟ ଭୋଜନ ମିଳିବ

କୁମ୍ଭ :-

ଆର୍ଥିକ ଦୃଷ୍ଟିକୁ ନେଇ ଚିନ୍ତିତ ହେବେ ।ବ୍ଯବସାୟ ବାଣିଜ୍ୟ ଓ ପରିବହନ ଦ୍ରବ୍ୟ ନଷ୍ଟ ବା ଚୋରୀ ହେବାର ସମ୍ଭାବନା ଅଛି ।ଦୂର ଯାତ୍ରା କରନ୍ତୁ ନାହିଁ ଯାନ୍ତ୍ରିକ ତୃଟି ବା ଦୃଘଟଣା ଦେଖା ଦେଇପାରେ ।ଶାରୀରିକ ପୀଡା ଦେଖା ଦେବ ।

ମୀନ:-

ମରିଚିକା ପଛରେ ଗୋଡାଇ ଶେଷରେ ନିରାଶ ହେବେ ।ସାମାଜିକ କ୍ଷେତ୍ରରେ ଅସମ୍ମାନିତ ହେବେ ।ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ଦେଖା ଦେବ ।ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖା ଦେବ।

Leave A Reply

Your email address will not be published.