Latest Odisha News

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ  ତା୩୧-୩-୨୦୨୧ବୁଧବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ମସିହା ମାର୍ଚ୍ଚ ୩୧ ତାରିଖ ବୁଧବାର ମୀନ ୧୮ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ତୃତୀୟା ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର 
ଆଜିର ଘାତ ବାରକର୍କଟ ରାଶିର
ଆଜିର ନିଷେଧ ଖାଦ୍ୟ : ପୋଟଳ 

ମେଷ
ଆଜି ବନ୍ଧୁଙ୍କ ସହ ଦୂର ଯାତ୍ରା କରି ଖୁସି ମନେଇବେ। ବକେୟା ଅର୍ଥ ହସ୍ତଗତ ହେବ। ଶାରୀରିକ ସୁସ୍ଥତା ସହ ମନ ପ୍ରସନ୍ନ ରହିବ ‌। ପ୍ରତିଯୋଗିତାରେ ବିଜୟୀ ହେବେ । ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।

ବୃଷ
ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା କରି ଶେଷରେ ବିଫଳତା ଜନିତ ମନରେ ବିରକ୍ତି ପ୍ରକାଶ ପାଇବ। ଆୟ ତୁଳନାରେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।

ମିଥୁନ
ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କୁ ପସନ୍ଦଯୋଗ୍ୟ ହେବ । ଘରୋଇ କଳହ କାରଣରୁ ମନରେ ବିରକ୍ତି ପ୍ରକାଶ ପାଇବ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ ‌।

କର୍କଟ
ଆଜି ସମସ୍ତ ଦିଗରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରର ବିଭିନ୍ନ ପ୍ରକାରର ସମସ୍ଯା ଦେଖାଦେଇପାରେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।

ସିଂହ
ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମାରେ ଜୟଯୁକ୍ତ ହେବେ।କୈ।ଣସି ଚୁକ୍ତିପତ୍ର ସ୍ବାକ୍ଷରିତ କରିପାରନ୍ତି ।

କନ୍ୟା
ଆଜି ଅର୍ଥ, ମାନ ସମ୍ମାନ ଓ ପ୍ରତିଷ୍ଠା ମିଳିବ। ବିଳାସବ୍ୟସନରେ ଦିନଟି କାଟିବେ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଘରେ ଆସି ଟଙ୍କା ଦେଇଯାଇପାରେ। ମାଙ୍ଗଳିକ ବିଷୟରେ ପ୍ରସ୍ତୁତ ହୋଇ କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ।

ତୁଳା
ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ। ଯାହାଫଳରେ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ମନକୁ ଭାରାକ୍ରାନ୍ତ କରିବ‌। ଛାତ୍ର ଛାତ୍ରୀମାନେ ପାଠ ପଢା ବ୍ୟତୀତ ସବୁପ୍ରକାର କାର୍ଯ୍ୟ କରିବା ପାଇଁ ସମର୍ଥ ହେବେ। ଲାଗି ରହିଥିବା ମାଲିମକଦ୍ଦମା ଭୟ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।

ବିଛା
ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଧାର କରଜ କରି ଆବଶ୍ୟକତା ପୂରଣ କରିବେ ।କ୍ରୀଡ଼ା, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟସ୍ଥଳରେ ପହଞ୍ଚି ବେ। ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ।

ଧନୁ
ଆଜି ବନ୍ଧୁଙ୍କ ସହ ମନାନ୍ତର ହୋଇ ପାରେ । ଯାହାଫଳରେ ମନ ଭଲ ନ ଥିବା ହେତୁ କୌଣସି କାମରେ ସ୍ଥିରତା ରହିବ ନାହିଁ।ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।

ମକର
ଆଜି ଦାମ୍ପତ୍ୟ ଓ ପାରିବାରିକ ପୂର୍ଣ୍ଣ ସମର୍ଥନ ମିଳିବ। କର୍ମକ୍ଷେତ୍ରର ସାହାଯ୍ୟ ସହଯୋଗ ପାଇବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରିବେ। ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡ଼ିପାରେ। ପିତା ମାତାଙ୍କ ସ୍ନେହ ଆଶ୍ରିର୍ବାଦ ଆପଣଙ୍କୁ ବିଜୟୀ କରାଇବ।

କୁମ୍ଭ
ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଦେଖାଦେଇପାରେ।

ମୀନ
ଆଜି ବାଣିଜ୍ୟ, ବ୍ୟବସାୟ, ମାଲିମକଦ୍ଦମାରେ ସଫଳତା ପାଇବେ। ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖାଦେଇପାରେ । ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ରାଜନୀତି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ କରିବେ। ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି ‌।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.