Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୩୧-୭-୨୦୨୧ ଶନିବାର


ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଜୁଲାଇ ତା ୩୧ ରିଖ ଶନିବାର କର୍କଟ ୧୬ ଦିନ ଶ୍ରାବଣ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଅଶ୍ଵିନୀ ନକ୍ଷତ୍ର ମେଷ ଚନ୍ଦ୍ର
ଘାତ ବାର-: ବୃଷ, ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର-: ମେଷ ରାଶିର
ଆଜିର ନିଷେଧ ଖାଦ୍ୟ-: ନଡ଼ିଆ

ମେଷ :
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆତ୍ମୀୟମାନେ ଅସହଯୋଗ କଲେ ମଧ୍ୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ। ମହିଳାମାନେ ଆଶା କରୁଥିବା ଦିଗରୁ ନିରାଶ ହେବେ ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ରହିଛି।

ପ୍ରତିକାର-ମା ଦୁର୍ଗାଙ୍କୁ ଆରାଧନା କରନ୍ତୁ ପାଞ୍ଚୋଟି ତ୍ରିଶାଖା ବେଲ ପତ୍ର ଚଢାନ୍ତୁ।

ବୃଷ :
ଆଜି ନିଜ ଲୋକମାନଙ୍କ ସହିତ କୈାଣସି ମାଙ୍ଗଳିକ ବିଷୟରେ ଆଲୋଚନା କରି ସଫଳତା ହାସଲ କରିବେ। ପରିବାରରେ ମନାନ୍ତର ମତାନ୍ତର ଦେଖାଦେଇପାରେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଅପରାହ୍ନରେ ବନ୍ଧୁ ଦର୍ଶନର ସମ୍ଭାବନା ରହିଛି । ଗାଡି ଚଲେଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ ଯାନ୍ତ୍ରିକ ତ୍ରୁଟି ବା ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି।

ପ୍ରତିକାର- ଶିବ ଦର୍ଶନ କରିବା ସହିତ ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୧ଥର ଜପ କରନ୍ତୁ ।

ମିଥୁନ :
ଆଜି ଆପଣ ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ନିଜର ଲୋକ ବିରୁଦ୍ଧାଚରଣ କରିବେ ମନରେ ଭୟ ଆଶା ଆଶଙ୍କା ଦେଖା ଦେବ।ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ ଯାହା ଫଳରେ ଧାର କରଜ କରିବାକୁ ପଡିପାରେ। ମହିଳାମାନେ ପ୍ରଶଂସନୀୟା ହେବେ। ପୂର୍ବର ସମସ୍ଯା ଦୂର କରିବା ପାଇଁ ସମର୍ଥ ହେବେ । ବିଳମ୍ବରେ କାର୍ଯ୍ୟସିଦ୍ଧି ହେବ।

ପ୍ରତିକାର-ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

କର୍କଟ :
ଆଜି କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ।ଆପଣଙ୍କୁ ବନ୍ଧୁ ତଥା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ଛାତ୍ର ଛାତ୍ରୀମାନେ ସମସ୍ତ ଦିଗରେ ବିଜୟୀ ହେବେ।

ପ୍ରତିକାର-ଦରିଦ୍ର ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ସିଂହ :
ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି ଯାତ୍ରାରେ ସଫଳତା ମିଳିବ।କୌଣସି ଏକ ଅନୁଷ୍ଠାନ ତରଫରୁ ସମ୍ମାନୀତ ହୋଇପାରନ୍ତି। ପାରିବାରିକ ଜୀବନ ସୁଖପ୍ରଦ ହେବ ପୂର୍ବର ଭାତୃ ବିବାଦ ଦୂର ହୋଇଯିବ। ମହିଳାମାନେ ସୈାଭାଗ୍ୟ ବତୀ ହେବେ ଆଶାନୁରୂପ ଶୁଭ ଫଳ ମିଳିବ। ବ୍ୟବସାୟ କ୍ଷେତ୍ରରେ ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ ।

ପ୍ରତିକାର- ଓଁ ଘୃଣି ସୂର୍ଯ୍ଯାୟ ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ।

କନ୍ୟା :
ଆଜି ଆପଣ ଜଗିରଖି ଚଳନ୍ତୁ ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ।ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ ଯାହା ଫଳରେ ଧାର କରଜ କରିବାକୁ ପଡିପାରେ। ସନ୍ତାନ ସନ୍ତତିମାନେ ଉନ୍ନତି କରିବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟତଃ ସମାନ ରହିବ।

ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି କାର୍ଯ୍ୟ କରନ୍ତୁ।

ତୁଳା :
ଯଦି ଆପଣ ସମସ୍ତ ଦିଗରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।ଧନ ମାନ ସମ୍ମାନ ପ୍ରତିଷ୍ଠା ସୈାଭାଗ୍ୟର ଅଧିକାରୀ ହେବେ। ପୂର୍ବର ସମସ୍ଯା ଦୂର ହୋଇଯିବ ଶତୃମାନେ ପରାଜିତ ହେବେ। ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ। ବକେୟା ଅର୍ଥ ହସ୍ତଗତ ହେବ ମନ ପ୍ରଫୁଲ୍ଲିତ ରହିବ।

ପ୍ରତିକାର-ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ୧୦ଥର ଜପ କରନ୍ତୁ।

ବିଛା :
ଆଜି ଅପ୍ରିୟ ସତ୍ଯକଥା କହି ଦୋଷୀ ସାବ୍ୟସ୍ତ ହୋଇ ପାରନ୍ତି।ଏଥିରୁ ମୁକୁଳିବା ପାଇଁ ନୀରବତା ଅବଲମ୍ବନ କରନ୍ତୁ। ପରିଶ୍ରମ ଅନୁଯାୟୀ ପାରିଶ୍ରମିକ କମ୍ ମିଳିବ। ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ।ମନ ଭାରାକ୍ରାନ୍ତ ରହିବ ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ମଧ୍ୟମ ରହିବ।

ପ୍ରତିକାର- କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ଧନୁ :
ଆଜି ଦିନଟି ଅନୁକୂଳ ରହିବ ହସ ଖୁସିରେ ପରିବାର ଲୋକଙ୍କ ସହିତ କାଟିବେ।ଅପରାହ୍ନରେ କୈାଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଛାତ୍ର ଛାତ୍ରୀମାନେ ସମସ୍ତ ଦିଗରେ ସଫଳତା ହାସଲ କରିବେ। ବ୍ୟବସାୟ କ୍ଷେତ୍ରରେ ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ପ୍ରତିକାର-ରକ୍ତ ଚନ୍ଦନର ଟିକା ମଥାରେ ଲଗାନ୍ତୁ।

ମକର :
ଆଜି ପ୍ରତ୍ୟେକ କ୍ଷେତ୍ରରେ ବାଧା ବିଘ୍ନ ଦେଖାଦେଇପାରେ ଗୁପ୍ତ ଶତୃମାନେ ଅସୁବିଧାରେ ପକାଇପାରନ୍ତି ସତର୍କତା ଅବଲମ୍ବନ କରନ୍ତୁ। ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ। ଆୟ ତୁଳନାରେ ଅଯଥା ବ୍ୟୟ ହେବ। ସନ୍ତାନ ସନ୍ତତିମାନେ ବିଶୃଙ୍ଖଳିତ ହେବେ।

ପ୍ରତିକାର-ସାତୋଟି ନୀଳ ଅପରାଜିତା ଫୁଲ ଶନି ରାହୁ କେତୁଙ୍କୁ ଚଢାନ୍ତୁ ।

କୁମ୍ଭ :
ଆଜି ହସଖୁସିରେ ଦିନଟି କଟିବ। ହଠାତ୍ ଆଶା କରୁଥିବା ଦିଗରୁ ଅର୍ଥ ଲାଭ ହେବ। ଚୋରୀ ବା ହଜିଯାଇଥିବା ଦ୍ରବ୍ୟ ପାଇପାରନ୍ତି । ଶରୀର ସୁସ୍ଥ ରହିବ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ବା ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ। ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ।

ପ୍ରତିକାର-ଗାଈକୁ ଦୁବଘାସ ଖାଇବାକୁ ଦିଅନ୍ତୁ।

ମୀନ :
ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । । ମହିଳାମାନେ ସୈାଭାଗ୍ୟ ବତୀ ହେବେ। ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ। ପାରିବାରିକ ଓ ଗ୍ରାହ୍ଯସ୍ଥ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ।

ପ୍ରତିକାର-ନାରାୟଣଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.