Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୩-୩-୨୦୨୦ ମଙ୍ଗଳବାର

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା୩  ରିଖ ମଙ୍ଗଳବାର  କୁମ୍ଭ ୨୦ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି   ରୋହିଣୀ ନକ୍ଷତ୍ର ଦିନ ୧୧-୧୮ମିନିଟ୍ ପର୍ଯ୍ୟନ୍ତ ତାପରେ ମୃଗଶିରା ନକ୍ଷତ୍ର  ବୃଷ ଚନ୍ଦ୍ର ଭୋଗ ହେବ
ଘାତ ବାର-: ମକର   ରାଶିର
ଘାତ ଚନ୍ଦ୍ର-: ବିଛା ରାଶି   ପୁରୁଷଙ୍କର
ଆଜି:   ନଡିଆ ଓ ଲାଭ ଖାଇବା ନିଷେଧ
ମେଷ  :  ପାରିବାରିକ ଓ ଗ୍ରାହ୍ଯସ୍ଥ ଜୀବନ ସୁଖ ପ୍ରଦ ହେବ ।ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।ଦେହ ମନ ସୁସ୍ଥ ରହିବ ।ସାଙ୍ଗଠନିକ କାର୍ଯ୍ୟର ନେତୃତ୍ବ ନେଇ ପ୍ରଶଂସିତ ହେବେ ।ଦୀର୍ଘ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।
ବୃଷ :  ବକେୟା ଅର୍ଥ ପାଇଁ ଯୁକ୍ତି ତର୍କ ହେବାର ସମ୍ଭାବନା ରହିଛି। ।ପାରିବାରିକ ସମସ୍ଯାକୁ ନେଇ ଚିନ୍ତିତ ହେବେ ।ପିଲାମାନଙ୍କର ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ ।ସ୍ଥଗିତ କାମ ପାଇଁ ଦୋଷି ସାବ୍ଯସ୍ତ ହେବେ ।
ମିଥୁନ  : ଉଚ୍ଚ କର୍ତ୍ତୃପକ୍ଷଙ୍କର ଆସ୍ଥା ଭାଜନ ହେବେ ।ମହିଳାମାନେ   ପ୍ରତ୍ୟେକ ଦିଗରୁ ସଫଳତା ପାଇବେ ।ବ୍ଯବସାୟ ବାଣିଜ୍ୟ ଦିଗରେ ଶୁଭ ଫଳ ପାଇବ ।ବିଭିନ୍ନ ସୁତ୍ରରୁ ଆୟ ବୃଦ୍ଧି ଘଟିବ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ପାଇବେ ।
କର୍କଟ : ସନ୍ଦେହ ଓ ଭୁଲ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ଝଞ୍ଜା ଦେଖା ଦେବ ।ସତକଥା କହି ଦୋସି ସାବ୍ଯସ୍ତ ହେବେ ତେଣୁ ଯଗି ରଖି ଚଳନ୍ତୁ ।ଜମିଜମା କ୍ଷେତ୍ରରେ  ମାଲିମକଦମାରେ ଜଡିତ ହୋଇ ପାରନ୍ତି ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହେବ ।
ସିଂହ : ସୁ ସ୍ବାଦୁ ଭୋଜନ ମିଳିବ ।ମାନ ସମ୍ମାନ ଯଶ ଗୌରବ ପ୍ରତିଷ୍ଠା ମିଳିବ ।ଶରୀର ସୁସ୍ଥ ରହିବ ।ବ୍ଯବସାୟ ବାଣିଜ୍ୟରେ  ଆଶାନୁରୂପ ଲାଭବାନ ହେବେ ।ମହିଳାମାନେ ପ୍ରତ୍ୟେକ ଦିଗରୁ ସଫଳତା ପାଇବେ ।ସ୍ଥାବର ଅସ୍ଥାବର ସମ୍ପତ୍ତିର ଅଧିକାରୀ ହେବେ ।
କନ୍ୟା  : ସାଂସାରିକ ଜୀବନ ସୁଖମୟ ହେବ ଦୂର ସ୍ଥାନକୁ ଯାତ୍ରା କରିବେ ଯାତ୍ରାରେ ସଫଳତା ମିଳିବ ।ଶରୀର ସୁସ୍ଥ ରହିବ ।ଦୀର୍ଘ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ଅଳ୍ପ ପରିଶ୍ରମରେ ଅଧିକ ଉପାର୍ଜନ କରିବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ କୃତିତ୍ବ ଅର୍ଜନ କରିବେ ।
ତୁଳା :   ପାରିବାରିକ ସମସ୍ଯା ଆପଣଙ୍କୁ ବ୍ୟସ୍ତ ବିବ୍ରତ ହେବେ ।ଧାର କରଜ କରିବାକୁ  ବାଧ୍ୟ ହେବେ ।ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖା ଦେଇପାରେ ।ସାଧାରଣ କଥାକୁ ନେଇ ମନାନ୍ତର ମତାନ୍ତର ଦେଖା ଦେବ ।ମାନସିକ ଓ ଶାରୀରିକ ପୀଡା ଅନୁଭବ କରିବେ ।
ବିଛା  : ବିନା କାରଣରେ ଦୋଷି ସାବ୍ଯସ୍ତ ହେବେ ତେଣୁ ଯଗି ରଖି ଚଳନ୍ତୁ ।ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ପ୍ରତ୍ୟେକ ଦିଗରୁ ଅସମ୍ମାନିତ ହେବାର ସମ୍ଭାବନା ରହିଛି।
ଧନୁ : ଦାମ୍ପତ୍ୟ ଜୀବନ ସୁଖମୟ ହେବ ।ଶତୃମାନେ ପରାଜିତ ହେବେ ।କର୍ମ କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ମିଳିବ ।ବୁଦ୍ଧି  ବଳରେ କାର୍ଯ୍ୟ ସାଧନ କରିବେ ।ବ୍ଯବସାୟରେ ଲାଭବାନ ହେବେ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ପ୍ରେମିକ ପ୍ରେମିକା ମାନେ ପ୍ରେମରେ ସଫଳତା ପାଇବେ ।
ମକର : ବହୁଦିନର ମନାନ୍ତର ମତାନ୍ତର ଦୂରେଇ ଯିବ ।ବିଦ୍ଯାର୍ଥୀମାନେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବ ।ସୁ ସ୍ବାଦୁ ଭୋଜନମିଳିବ ।ପାରିବାରିକ ଜୀବନ ସୁଖ ଶାନ୍ତିରେ  କଟିବ ।ଜନ ହିତକର କାର୍ଯ୍ୟ କରି ପ୍ରଶଂସିତ ହେବେ ।
କୁମ୍ଭ : ସନ୍ତାନ ସନ୍ତତିମାନଙ୍କ କାର୍ଯ୍ୟକୁ ନେଇ ଚିନ୍ତିତ ହେବେ ।ଆଯ ଅପେକ୍ଷା ବ୍ଯୟ ଅଧିକ ହେବ ।ତରବରିଆ ଭାବରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ ।ନିଜର ଲୋକମାନେ ବିଶ୍ବାସ ଘାତକତା କରିବେ ।ମହିଳାମାନେ ନିଜ ପରିବାରରେ ଅପମାନିତ ଓ ସମାଲୋଚିତ ହେବେ ।
ମୀନ : ଧନ ଜୀବନ ପ୍ରତି ବିପଦ ରହିଛି ।ନିଜର ଲୋକମାନେ ସମସ୍ଯା ସୃଷ୍ଟି କରିବେ ।ମହିଳାମାନେ ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।ବ୍ଯବସାୟରେ ଲାଭ ପରିବର୍ତ୍ତେ କ୍ଷତି ହୋଇପାରେ ।ଅଜଣା ଅଶୁଣା ବ୍ଯକ୍ତିଠାରୁ ଦୂରେଇ ରହନ୍ତୁ ନଚେତ୍ ଅସୁବିଧା ପଡିପାରନ୍ତି ।

 

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର  (ମୋବାଇଲ: 9437225434)
Leave A Reply

Your email address will not be published.