Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା ୧୧-୦୭-୨୦୧୯ ଗୁରୁବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଜୁଲାଇ ମାସ ତା ୧୧ ରିଖ ଗୁରୁବାର ମିଥୁନ ୨୭ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର
ଘାତ ବାର :-ତୁଳା ଓ କୁମ୍ଭ ରାଶିର
ଆଜି: କଳମ୍ବୀ ଶାଗ ଖାଇବା ନିଷେଧ

ମେଷ :-

ବୁଦ୍ଧି ବଳରେ କାର‌୍ୟ୍ୟ ସାଧନ କରିବେ । କର୍ମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ ।ଦୀର୍ଘ ଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ମାଲିମକଦମାରେ ବିଜୟ ଲାଭ କରିବେ ।

 

ବୃଷ :-
ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ ।ଉପସ୍ଥିତ ବୁଦ୍ଧି ବଳରେ ବିପଦ ମୁକ୍ତ ହେବେ ।ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ ।ଯାତ୍ରାରେ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।

ମିଥୁନ :-
ବାଦାନୁବାଦ ଭିତରେ ଗତି କରିବେ ।ବନ୍ଧୁଙ୍କ ଅସହଯୋଗ ଆପଣଙ୍କୁ ଦୁଃଖ ଦେବ।ବାଣିଜ୍ୟ ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ଅମନ ଯୋଗି ହେବେ ।

କର୍କଟ :-
ଅଯଥା ମାଲିମକଦମାରେ ଜଡିତ ହେବେ ।ଶାରୀରିକ ଓ ମାନସିକ ପୀଡା ଅନୁଭବ କରିବେ ।ସନ୍ତାନ ସନ୍ତତି ମାନଙ୍କ କାର‌୍ୟ୍ୟକୁ ନେଇ ଚିନ୍ତିତ ହେବେ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ।

ସିଂହ :-
ମାନସିକ ଶାନ୍ତି ମିଳିବ ।ଘରୋଇ ସମସ୍ୟାର ସମାଧାନ ହୋଇଯିବ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ।ସାମାଜିକ ପ୍ରତିଷ୍ଠା ଲାଭ କରିବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ

କନ୍ୟା :-
ପାରିବାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେଇପାରେ ।ସଞ୍ଚିତ ଧନ ବ୍ୟୟ ହୋଇଯିବ ।ଚକ୍ଷୁ ବା ଛାତିରେ ଯନ୍ତ୍ରଣା ଅନୁଭବ କରିବେ ।ଅଜଣା ଅଶୁଣା ବ୍ୟକ୍ତିଠାରୁ ଦୂରେଇ ରହନ୍ତୁ ।ଉଦ୍ୟମରେ ବିଫଳ ହେବେ ।

ତୁଳା :-
ବିଳାସ ବ୍ୟସନରେ ଦିନଟି ଅତିବାହିତ କରିବେ ।ଚେଷ୍ଟା କରୁଥିବା କାର‌୍ୟ୍ୟରେ ସଫଳତା ମିଳିବ ।ଶରୀର ସୁସ୍ଥ ଓ ମନ ନିର୍ମଳ ରହିବ ।ଯାନବାହନ ଲାଭର ଯୋଗ ରହିଛି ।ସ୍ଵାଦିଷ୍ଟ ଭୋଜନ ମିଳିବ ।

ବିଛା :-
ଭଲ କରିବାକୁ ଯାଇ ଅସୁବିଧାରେ ପଡିବେ ।ଯାନବାହନ ଚଳାଇବାରେ ସତର୍କତା ଅବଲମ୍ବନ କରନ୍ତୁ ।ଦାମ୍ପତ୍ୟ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ଆଶା କରୁଥିବା ଦିଗରୁ ସଫଳତା ମିଳିବ ନାହିଁ ।

ଧନୁ :-
କୌଶଳ ପ୍ରୟୋଗ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ନିର୍ମାଣଧୀନ କାର‌୍ୟ୍ୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିବ ।ମାନ ସମ୍ମାନ ଯଶ ଗୌରବର ଅଧିକାରୀ ହେବେ ।ମହିଳାମାନେ ହସ ଖୁସିରେ ଦିନଟି ଅତିବାହିତ କରିବେ ।

ମକର :-
ପ୍ରତେକ ପ୍ରତିଯୋଗିତାରେ ସଫଳତା ମିଳିବ ।ଶତୃମାନେ ପରାଜିତ ହେବେ ।ଦୂର ଯାତ୍ରାର ଯୋଗ ରହିଛି ।ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ବିରାଜମାନ କରିବ ।ଦୁସାହାସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ ।

କୁମ୍ଭ :-
ବିବାଦ ବିଷାଦ ମନକୁ ଭାରାକ୍ରାନ୍ତ କରାଇବ । ଆୟ ତୁଳନାରେ ବ୍ୟୟ ଅଧିକ କରାଇବ ।ମହିଳାମାନେ ନିଜ ପରିବାରର ଅପମାନିତ ସମାଲୋଚିତ ହେବେ ।ଆଶା କରୁଥିବା ଦିଗରୁ ନିରାଶ ହେବେ ।
ମୀନ:-
ହାତେ ମାପି ଚାଖଣ୍ଡେ ଚାଲନ୍ତୁ ।ସ୍ବାସ୍ଥ୍ୟ ଗତ କାରଣକୁ ନେଇ ଚିନ୍ତିତ ହେବେ ।ଲାଭ ପରିବର୍ତ୍ତେ କ୍ଷତି ହେବ ।ମାଲିମକଦମାରେ ଭୟ ରହିଛି ।ଶତୃମାନେ ଚକ୍ରାନ୍ତ କରିବେ ।ବିଦ୍ୟାର୍ଥୀ ମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ ।

Leave A Reply

Your email address will not be published.