Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା ୧୩-୩-୨୦୨୦ ଶୁକ୍ରବାର 

ଆଜି ଦିନର ମହତ୍ତ୍ୱ

ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ
ତା ୧୩ ରିଖ  ଶୁକ୍ରବାର କୁମ୍ଭ  ୩୦ ଦିନ ଚୈତ୍ର  ମାସ କୃଷ୍ଣ ପକ୍ଷ  ଚତୁର୍ଥୀ ଭୁକ୍ତ ପଞ୍ଚମୀ ତିଥି  ସ୍ବାତୀ  ନକ୍ଷତ୍ର  ତୁଳା  ଚନ୍ଦ୍ର
ଘାତ ବାର-:  ବିଛା ଧନୁ ଓ ମୀନ ରାଶିର
ଆଜି:  ମୂଳା ଓ ବେଲ  ଖାଇବା  ନିଷେଧ
ମେଷ
ଯଗି ରଖି ଚଳନ୍ତୁ ପାରିବାରିକ ଅଶାନ୍ତି, ମତ ପାର୍ଥକ୍ୟ  ମନକୁ ଭାରାକ୍ରାନ୍ତ କରାଇବ ।  ବୃଥା ଭ୍ରମଣ,ସ୍ବାସ୍ଥ୍ୟ ହାନୀ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ବ୍ଯବସାୟ ବାଣିଜ୍ୟ କ୍ଷେତ୍ରରେ ଦ୍ରବ୍ୟ ହାନୀ କ୍ଷଯ କ୍ଷତି ହେବ ।
ବୃଷ
 ବହୁଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ସ୍ଥଗିତ ଥିବା କାମ ପୁନର୍ବାର କାର୍ଯ୍ୟକାରୀ ହେବ ।ମନୋରଞ୍ଜନ ଧର୍ମୀ କାର୍ଯ୍ୟରେ ଯୋଗଦାନ କରିବେ ।ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।
ମିଥୁନ
ଶତୃମାନେ ପରାଜିତ ହେବେ ।ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ ।ଅପରାହ୍ନରେ କୌଣସି ଶୁଭ  ଖବର ପାଇ ମନ ଆନନ୍ଦିତ ହେବ ।ମହିଳାମାନେ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସନୀୟ ହେବେ ।
କର୍କଟ
ପାରିବାରିକ ଓ ଗ୍ରାହ୍ଯସ୍ଥ ଜୀବନ ସୁଖ ପ୍ରଦ ହେବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ବ୍ଯବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ମିଳିବ ।ଧାର୍ମିକ ଅନୁଷ୍ଠାନରେ ନିଜକୁ ନିୟୋଜିତ  କରିବେ ।ଯାତ୍ରାରେ ସଫଳତା ମିଳିବ ।
ସିଂହ
 ଯଗି ରଖି କାମ କରନ୍ତୁ ନଚେତ ଅଶାନ୍ତି ଅସନ୍ତୋଷ ସୃଷ୍ଟି ହେବ ।ସାଂସାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେବ ।ଗୁପ୍ତ ଶତୃମାନେ ଚକ୍ରାନ୍ତ କରି ବିପଦରେ ପକାଇ ପାରନ୍ତି ।ସନ୍ତାନ ମାନେ ବିଶୃଙ୍ଖଳିତ ହେବେ ।
କନ୍ୟା
ପୁରାତନ ବନ୍ଧୁକ ସହିତ ସାକ୍ଷାତ ହେବ ।ମନ ମୁତାବକ କାର୍ଯ୍ୟ କରି ପ୍ରଶଂସିତ ହେବେ ।ପାରିବାରରେ ଥିବା ସଂଦେହ ଭୁଲ ବୁଝାମଣା ଦେଖା ଦେବ ।ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ  ।
ତୁଳା
 ଦେହ ମନ ସୁସ୍ଥ ରହିବ ଓ ଲୋକସମ୍ପର୍କ ବୃଦ୍ଧି ପାଇବ ।ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବେ ।ଛାତ୍ରଛାତ୍ରୀମାନେ ପ୍ରତ୍ୟେକଟି ପ୍ରତିଯୋଗିତାରେ କୃତକାର୍ଯ୍ଯ ହେବେ ।ମହିଳାମାନେ ଯଶସ୍ବିନୀ ହେବେ ।
ବିଛା
ଶାରୀରିକ ଓ ମାନସିକ ଶାନ୍ତି ମିଳିବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ମାନ ସମ୍ମାନ ଯଶ ଗୌରବ ପ୍ରାପ୍ତ ହେବେ।ସ୍ଵାଦିଷ୍ଟ ଭୋଜନ ମିଳିବ । ମହିଳାମାନେ ସମାଜରେ ଆଦରଣୀୟା ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ ସଫଳତା ଲାଭ କରିବେ ।
ଧନୁ
   ମିଥ୍ଯା ଅଭିଯୋଗ,ବୃଥା ଆରୋପରେ ଦଣ୍ଡିତ ହୋଇପାରନ୍ତି ।ଅଧିକ ବ୍ଯୟ ,ବୃଥା ଭ୍ରମଣ ଜନିତ କ୍ଳାନ୍ତି ଅନୁଭବ କରିବେ ।ବୃତ୍ତିଗତ ବ୍ଯବସାୟରେ ବାଧାବିଘ୍ନ ସୃଷ୍ଟି ହେବ ।ମହିଳାମାନେ ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।
,
ମକର
 ଆଜି ଆପଣଙ୍କୁ ସଫଳତା ମିଳିବ ।ପ୍ରତ୍ୟେକ ଟି କାର୍ଯ୍ୟରେ ସାହାଯ୍ୟ ସହାନୁଭୂତି ପାଇବେ ।ନିଜ ଜୀବନ ସାଥୀର ପ୍ରେରଣା ପାଇ ଲକ୍ଷ୍ୟ ସ୍ଥଳରେ  ପହଞ୍ଚିବେ ।ବକେୟା ଅର୍ଥ ହସ୍ତଗତ ହେବ ।ବ୍ଯବସାୟରେ ସଫଳତା ମିଳିବ ।
କୁମ୍ଭ
ସାଂସାରିକ ଜୀବନ ସୁଖମୟ ହେବ ।ଆଶା କରୁଥିବା ଦିଗରୁ ସଫଳତା ପାଇବେ ।ତରଳ ଜାତୀୟ ବ୍ଯବସାୟରେ ଲାଭବାନ ହେବେ ।ବିଦ୍ଯାର୍ଥୀମାନେ ବିଦ୍ଯାରେ କୃତ କାର୍ଯ୍ୟ ହେବେ ।ଧର୍ମ ଦିଗରେ ମନୋନିବେଶ କରିବେ ।
ମୀନ
  ଆଜି ଆପଣଙ୍କୁ ସଫଳତା ମିଳିବ ।କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର୍ଯ୍ଯାଦା ବୃଦ୍ଧି ପାଇବ ।ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।ମାଲିମକଦମାରେ ବିଜୟ ଲାଭ କରିବେ ।ସଞ୍ଚିତ ଅର୍ଥ ବୃଦ୍ଧି ପାଇବ ।
ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର  ( ମୋବାଇଲ: 9437225434 )
Leave A Reply

Your email address will not be published.