ନୂଆଦିଲ୍ଲୀ: ପୁଣି ଥରେ ମହାମାରୀ ଦେଖାଇଛି ମହାରୂପ । ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଏବେ ଦୈନିକ ଚିହ୍ନଟ ହେଉଛନ୍ତି ୪୦ ହଜାରରୁ ଅଧିକ ପଜିଟିଭ୍ । ବର୍ଷେ ତଳେ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଲକଡାଉନ୍ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୪୧୭ । ସେତେବେଳେ ଦୈନିକ ସଂକ୍ରମଣ ୫୦ରୁ ଶହେ ଭିତରେ ରହୁଥିଲା । ଏବେ ସଂକ୍ରମଣ ଅଧିକ ମାରାତ୍ମକ । ଚଳିତବର୍ଷ ଫେବ୍ରୁଆରୀ ଅପେକ୍ଷା ମାର୍ଚ୍ଚରେ ସଂକ୍ରମଣ ପାଞ୍ଚ ଗୁଣା ଗତିରେ ବଢୁଛି ।
ଗତ ଗୋଟିଏ ସପ୍ତାହର କୋଭିଡ୍ ରିପୋର୍ଟ

ଗତ ସପ୍ତାହେ ଭିତରେ ଦେଶରେ କରୋନାରେ ସଂକ୍ରମିତ ହୋଇଛନ୍ତି ୨ଲକ୍ଷ ୭୬ହଜାର ୯୬୫ ଜଣ । ମହାମାରୀ ନେଇଛି ୧ହଜାର ୩୧୦ ଜୀବନ । ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଦୈନିକ ସଂକ୍ରମଣ ୮ହଜାର ୬୩୫ ରହିଥିଲା । ଫେବ୍ରୁଆରୀ ୧୬ ତାରିଖ ବେଳକୁ ଏହି ସଂଖ୍ୟା ବଢ଼ି ପାଖାପାଖି ୧୨ ହଜାର ହୋଇଥିଲା । ତାରପରଠୁ କ୍ରମାଗତ ବଢ଼ି ଚାଲିଛି । ମାର୍ଚ୍ଚରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମେ ୨୦ ହଜାର ପାର କରିଥିଲା । ଧୀରେ ଧୀରେ ଏହି ସଂଖ୍ୟା ୪୬ ହଜାର ବି ଡେଇଁଛି ।
ଫଟୋ ସୌଜନ୍ୟ: Reuters
ଯଦି ଏମିତି ଭାବରେ କରୋନା କାୟା ବିସ୍ତାର କରିବ ତେବେ ଦ୍ୱିତୀୟ ଲହର ସାଂଘାତିକ ରୂପ ନେବ । ତେଣୁ ଏବେ ସମୟ ଆସିଛି ଅଧିକ ସତର୍କ ରହିବା । କିନ୍ତୁ ବହୁ ସ୍ଥାନରେ ଲୋକ ଅମାନିଆ ହେଉଥିବା ଦେଖିବାକୁ ମିଳୁଛି । ମାର୍କେଟରେ ଭିଡ଼ ହେଉଛି । ଲୋକ ମାନୁ ନାହାନ୍ତି ସାମାଜିକ ଦୂରତା । ମାସ୍କ ବି ପିନ୍ଧୁ ନାହାନ୍ତି ।
BREAKING NEWS
- “କାଶ୍ମୀରୀଙ୍କୁ ପାକିସ୍ତାନର ସୁରକ୍ଷା? ଫାରୁକ୍ଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଗରମ ହେଲା ରାଜନୀତି!”
- ବାତ୍ୟା ଆଶଙ୍କାରେ ବଦଳିଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତସୂଚୀ
- ପ୍ରତ୍ୟାବର୍ତ୍ତନର ପ୍ରତିଶ୍ରୁତି ଦେଇ ପରେ ଫୋନ୍ ଉଠାଇ ନଥିଲେ କୋହଲି ? ଅମିତଙ୍କ ବଡ଼ ଖୁଲାସା !
- ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଓ ଟୋଲ୍ ଫ୍ରି ନମ୍ବର ବ୍ୟବସ୍ଥା
- ସମ୍ଭାବ୍ୟ ବାତ୍ୟା ମଧ୍ୟରେ ତୋରଣ ଶୀଘ୍ର ଖୋଲିବାକୁ ନିର୍ଦ୍ଦେଶ
- ଜାପାନର ହିନା ଅକିଚିଙ୍କୁ ହରାଇ ଫ୍ରେଞ୍ଚ ଓପନ୍ର ଫାଇନାଲରେ ପ୍ରବେଶ କଲେ ପି.ଭି. ସିନ୍ଧୁ
- ୧୬ ବର୍ଷ ପରେ ମଧ୍ୟ ସମୁଦ୍ରରେ ଜୀବନ୍ତ ତେଲ ଦୁର୍ଘଟଣାର ବିଷ: ସାମୁଦ୍ରିକ ପରିବେଶ ପାଇଁ ଏକ ବଡ଼ ଚେତାବନୀ
- ଷ୍ଟ୍ରିଂ ଥିଓରୀର ଅଗ୍ରଦୂତ ଅଶୋକ ସେନଙ୍କୁ ଓସ୍କାର କ୍ଲାଇନ ମେଡାଲ୍
- ବାରହା ଫାଶ ନେଲା ଯୁବକଙ୍କ ଜୀବନ
- ୨୭ ରନ୍ କରି ଇତିହାସ ରଚିଲେ ଅଭିଷେକ : ଟି-ଟ୍ୱେଣ୍ଟି କ୍ରିକେଟରେ କଲେ ଏହି ବିଶ୍ୱ ରେକର୍ଡ

Comments are closed.